Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ମେଡିକାଲ କଲେଜ ନାମ ଲେଖାରେ OBC ୨୭ ପ୍ରତିଶତ ଏବଂ EWSଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ : ମୋଦି ସରକାରଙ୍କ ବଡ ଘୋଷଣା

29/07/2021 at 4:36 PM

ନୂଆଦିଲ୍ଲୀ ୨୯/୦୭ : ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇଛି ।

ଏଥିରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରୀ ତଥା ଦନ୍ତ ଚିକିତ୍ସା ଯେପରିକି ଏମ୍‌ବିବିଏସ୍‌, ଏମ୍‌ଡି, ଏମ୍‌ଏସ୍‌, ଡିପ୍ଲୋପା, ବିଡିଏସ୍‌, ଏମ୍‌ଡିଏସ୍‌ ଅଧ୍ୟୟନ ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ ବା OBCଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଆର୍ଥିକ ଅନଗ୍ରସର ବର୍ଗ ବା EWSଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଅଲ ଇଣ୍ଡିଆ କୋଟା ସ୍କିମ୍‌ ଆଧାରରେ ଏହି ସୁବିଧା ଛାତ୍ରଛାତ୍ରୀମାନେ ପାଇପାରିବେ । ଏହି ସ୍କିମ୍‌ ୨୦୨୧-୨୨ ବର୍ଷରୁ ଲାଗୁ ହେବ ।

ନୂଆ ସଂରକ୍ଷଣ ନିୟମ ଲାଗୁକଲେ ଦେଶର ପ୍ରାୟ ୫୫୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏଥି​‌ରେ ଉପକୃତ ହେବେ । ଏହି କ୍ରମରେ ପ୍ରତିବର୍ଷ ପ୍ରାୟ ୧୫ ଶହ ଓବିସି ଛାତ୍ରଛାତ୍ରୀ MBBS ଅଧ୍ୟୟନ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ପ୍ରାୟ ୨୫ଶହ ଓବିସି ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ସେହିଭଳି ୫୫୦ EWS ଛାତ୍ରଛାତ୍ରୀଙ୍କୁ ଏମ୍‌ବିବିଏସ୍‌ ଅଧ୍ୟୟନ ଏବଂ ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ରେ ପଢିବା ପାଇଁ ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ୨୦୦୭ ମସିହା ପର୍ଯ୍ୟନ୍ତ AIQ ଆଧାରରେ କୌଣସି କୋଟା ନଥିଲା । ତେବେ ୨୦୦୭ ମସିହାରେ ସୁପ୍ରିମକୋର୍ଟ SCକୁ ୧୫ ପ୍ରତିଶତ STକୁ ୭.୫ ପ୍ରତିଶତ ଆରକ୍ଷଣ ପାଇଁ ନିର୍ଦେଶ ଦେଇଥିଲେ । କେନ୍ଦ୍ରୀୟ ଶିକ୍ଷଣିକ ଅଧିନିୟମ ଲାଗୁ ହେବାପ​‌ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଲାଭ ମିଳିବାକୁ ଲାଗିଲା । କିନ୍ତୁ ଏହା କେବଳ କେନ୍ଦ୍ରୀୟ ଶିକ୍ଷଣିକ ସଂସ୍ଥାନମାନଙ୍କରେ ଲାଗୁଥିଲା । ଏହାକୁ ଷ୍ଟେଟ୍‌ ମେଡିକାଲ ଏବଂ ଡେଣ୍ଟାଲ କଲେଜରେ ଲାଗୁ କରାଯାଇନଥିଲା । ଏବେ କିନ୍ତୁ ଓବିସି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ।

   Related Posts