Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବିଜେପିରେ ବିଦ୍ରୋହ : କୋରାପୁଟରୁ କଟକ, କଲାହାଣ୍ଡିରୁ କେନ୍ଦ୍ରାପଡା ସବୁଠି ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ

23/03/2019 at 7:16 PM

ଉୁବନେଶ୍ବର୨୩|୩: ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦେଖାଦେଇଥିବା ଅସନ୍ତୋଷ ବିଜେପିରେ ବି ଦେଖିବାକୁ ମିଳିଛି ।  ମୋଟ ୧୫ ଲୋକସଭା ୧୨୨ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ଦେଖିବାକୁ ମିଳିଛି ଅସନ୍ତୋଷ । କୋରାପୁଟ, କଟକ, କଲାହାଣ୍ଡି, କେନ୍ଦ୍ରାପଡା,  ବରଗଡ, ଭଦ୍ରକରେ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଏମିତିକି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଯିବ ସହ ଧାରଣା ଦେଇଛନ୍ତି କର୍ମୀ । ସେପଟେ ଦଳ କହିଛି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିଛି ।

ବିଜେପିରେ ବିଦ୍ରୋହ ।  କୋରାପୁଟରୁ କଟକ, କଲାହାଣ୍ଡିରୁ କେନ୍ଦ୍ରାପଡା ସବୁଠି ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଛନ୍ତି କର୍ମୀ । ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଅଭାବନୀୟ ଦୃଶ୍ୟ । ଭୁବନେଶ୍ବର ଏକାମ୍ର ବିଧାନସଭା ଆସନ ଲାଗି ଅମୀୟ ଦାସଙ୍କୁ ଦଳ ପ୍ରାର୍ଥୀ କରିନଥିବାରୁ ଚାଲିଛି ପ୍ରତିବାଦ । ରାଜ୍ୟ କାର୍ଯ୍ୟାଳୟକୁ ତାଲା ପକାଇବା ସହ କର୍ମୀ ଧାରଣାରେ ବସିଛନ୍ତି । ଆଉ ଏହି ଆନ୍ଦୋଳନରେ ସାମିଲ ହୋଇ ଅମୀୟ ଦାସ କର୍ମୀଙ୍କୁ ବୁଝାସୁଝା କରିସରିବା ପରେ ଗେଟରୁ ତାଲା ଖୋଲିଛି ସତ ହେଲେ ଅସନ୍ତୋଷ କିମିନି ।

 କେବଳ ଏକାମ୍ର ବିଧାନସଭା ସିଟ ନୁହେଁ କେନ୍ଦ୍ରାପଡାର ରାଜନଗର, କଟକର ନିଆଳି, କନ୍ଧମାଳର ଜି. ଉଦୟଗିରୀ, ବରଗଡର ଅତାବିରା ଅଞ୍ଚଳର କର୍ମୀମାନେ ଆସି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି । ଭଦ୍ରକରେ ଲୋକେ ବିଜେପି ଅଫିସରେ ତାଲାପକାଇବା ଖବର ଆସିଛି ।

ଗଞ୍ଜାମ ଦିଗପହଣ୍ଡି ଆଶାୟୀ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ଦେଖାଦେଇଛି। ଉତ୍ତମଙ୍କ ସ୍ଥାନରେ ଦଳ ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ଜୟପୁର ବିଜେପିରେ ବି ଅସନ୍ତୋଷ ତେଜିଛି । ଦଳରୁ ବହିଷ୍କୃତ ଗୌତମ ସାମନ୍ତରାୟଙ୍କୁ ଜୟପୁର ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ନେତା ଓ କର୍ମୀ ।

ଟଙ୍କା ନେଇ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ ଟିକଟ ବାଣ୍ଟିଥିବା ଅଭିଯୋଗ କରି ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ନେତା ଓ କର୍ମୀ ।

 ବିଜେପି ଦ୍ବିତୀୟ ପର୍ଯ୍ୟାୟରେ ୨୨ ବିଧାନସଭା  ଓ ୫ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କଲାହାଣ୍ଡିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପରେ ଲୋକସଭା ସିଟ ଲାଗି ଆଶାୟୀ ଥିବା ପ୍ରଦୀପ ନାୟକଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପଦାକୁ ଆସିଛି ।

ବରଗଡ ଲୋକସଭା ପ୍ରାର୍ଥୀ ଭାବେ ଦଳ ସୁରେଶ ପୁଜାରୀଙ୍କୁ ବାଛିବା ପରେ ଗତଥର ଲଢିଥିବା  ସୁବାଷ ଚୌହାନଙ୍କ ସମର୍ଥକମାନେ ସୁରେଶ ପୁଜାରୀଙ୍କୁ  ବିରୋଧ କରିଛନ୍ତି । ପଦ୍ମପୁର ଭେଉରିଆ ଛକଠାରେ ଦଳୀୟ କୁଶ ପୁତ୍ତଳିହା ଦାହ କରିଛନ୍ତି । ସେପଟେ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇଛି ।

 ରାଜ୍ୟରେ ୧୨୦ ପ୍ଲସର ମିଶନ ରଖିଛି ବିଜେପି । ମୋଦିଙ୍କୁ କେନ୍ଦ୍ର ଶାସନ ଗାଦିରେ ପୁଣି ଥରେ ବସାଇବାକୁ ଲୋକସଭା ସିଟ୍‌ ଉପରେ ଫୋକସ କରିଛି । ହେଲେ ଦଳରେ ଟିକେଟକୁ ନେଇ ଦେଖା ଦେଇଥିବା ଅସନ୍ତୋଷକୁ ରୋକିବା ଦଳ ଲାଗି ବଡ ଚ୍ୟାଲେଞ୍ଜ ହୋଇଛି ।

   Related Posts