ବଡଚଣାରେ ଅମର ନାୟକଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନେଇ କର୍ମୀଙ୍କ ବିରୋଧ, ବିଷୋଦଗାର କଲେ ସିମନ୍ତିନୀ ଜେନା

Published By : Prameya-News7 Bureau | March 25, 2019 IST

ଚଣ୍ଡିଖୋଲ ୨୫|୩: ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ  ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ ବିରୋଧ କରିଛନ୍ତି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର  ସମ୍ପାଦିକା ସିମନ୍ତିନୀ ଜେନା ପ୍ରାର୍ଥୀତ୍ବକୁ ନେଇ ମୁହଁ ଖୋଲିଛନ୍ତି ।

{"id":96715}

 ଅସନ୍ତୁଷ୍ଟ କର୍ମୀକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥଲା । ବିଜେପି ନେତା ଉଦୟନାଥ ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ତବେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଉଦୟନାଥ ସାହୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି ।

{"id":96716}

ଅନ୍ୟପକ୍ଷରେ ସିମନ୍ତିନୀ ଏହି ନିର୍ବାଚନ ମଣ୍ଡଳୀରେ ୩୦ ହଜାର ସମର୍ଥକଙ୍କୁ ଏକଜୁଟ କରିଥିଲେ । ତାଙ୍କୁ ଅଣ ଦେଖା କରିବାରୁ ଏଠାରେ ସେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.