ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ, ବିଜେପି କାର୍ଯ୍ୟାଳୟରେ ତାଲା

Published By : Prameya-News7 Bureau | March 23, 2019 IST

ଜୟପୁର|ଦିଗପହଣ୍ଡି ୨୩|୩ : ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି । ବିଜେପି ଦଳରୁ ଟିକେଟ୍ ନମିଳିବାକୁ ନେଇ ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରୁଛନ୍ତି । ବିଦ୍ରୋହୀମାନେ ଦଳ ପାଇଁ ଏବେ କାଳ ହେଉଛନ୍ତି । ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ସମର୍ଥକମାନେ ତାଲା ପକାଉଥିବାର ଦେଖିବାକୁ ମିଳୁଛି।

ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେପିରେ ବିଦ୍ରୋହର ସ୍ବର ଉଠିଛି । ଆଶାୟୀ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ୍ ନ ମିଳିବାରୁ ସେଠାରେ ଅସନ୍ତୋଷ ଦେଖାଦେଇଛି । ଦିଗପହଣ୍ଡିରୁ ଦଳ ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ଟିକେଟ୍ ପୁନଃର୍ବିଚାର ନ ହେଲେ ଦଳରୁ ଇସ୍ତଫା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଟିକେଟ୍ ର ପୁନଃର୍ବିଚାର ନ ହେଲେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଉତ୍ତମ ।

{"id":95980}

ସେହିଭଳି ଜୟପୁରରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଜୟପୁର ବିଧାନସଭା ଆସନ ପାଇଁ ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ ଯିବାକୁ ନେଇ ବିଜେପି କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି କର୍ମୀ । ଆଶାୟୀମାନେ ଟିକେଟ୍ ନପାଇବାରୁ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଟିକେଟ୍ ଆବଣ୍ଟନରେ ଜୟରାମ ପାଙ୍ଗି ଷଡଯନ୍ତ୍ର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଦଳରୁ ବହିଷ୍କୃତ ନେତାଙ୍କୁ କିଭଳି ପ୍ରାର୍ଥୀ କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି କର୍ମୀ ।

ସେହିପରି ଗତକାଲି ଲକ୍ଷ୍ମୀପୁରରେ ମଧ୍ୟ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ବିଜେପି ବ୍ଲକ୍ କାର୍ଯ୍ୟାଳୟ ଭଙ୍ଗା ରୁଜା କରିବା ସହ ପୋଡା ଜଳା କରିଥିଲେ କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.