ଆମେରିକାର ପ୍ରଥମ ଚନ୍ଦ୍ର ଅଭିଯାନ ଭିଡିଓ ଫେକ୍ ଥିଲା ବୋଲି କହିଲେଣି ବିଶେଷଜ୍ଞ, ଚନ୍ଦ୍ରରେ ନୁହେଁ ବରଂ ହଲିଉଡ ଷ୍ଟୁଡିଓରେ ହୋଇଥିଲା ସୁଟିଂ !

Published By : Prameya-News7 Bureau | July 13, 2019 IST

ମଣିଷ ଚନ୍ଦ୍ରରେ ପାଦ ଥାପିବାକୁ ଏହା ମଧ୍ୟରେ ୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ୫୦ ବର୍ଷ ମଧ୍ୟରେ ଅନେକ ମହାକାଶ ମିଶନ କାର୍ଯ୍ୟକାରୀ ହୋଇଛି । ତେବେ ଯଦି କେଉଁ ମିଶନ ସବୁଠାରୁ ସ୍ମରଣୀୟ ବୋଲି କୁହାଯାଏ ପ୍ରଥମେ ଆସିବ ଚନ୍ଦ୍ର ପୃଷ୍ଠରେ ମଣିଷ ପାଦ ଥାପିବା । ଯେଉଁଦିନ ମହାକାଶ ବିଜ୍ଞାନୀ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିଲେ, ତାହା ଥିଲା ମହାକାଶ ଇତିହାସରେ ସବୁଠାରୁ ବଡ଼ଦିନ। ଚନ୍ଦ୍ରରେ ପ୍ରଥମେ ମଣିଷ ପାଦ ଦେବା ସମୟ ଯେଉଁ ଭିଡିଓ ନାସା ଉତ୍ତୋଳନ କରିଥିଲା, ତାହା ସାରା ବିଶ୍ବରେ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ ଏହି ଭିଡିଓକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି କି ରୁଷର ମହାକାଶ ଅଭିଯାନ ତୁଳନାରେ ପଛରେ ପଡ଼ିଯିବା ଭୟରେ ଆମେରିକାର ନାସା ପକ୍ଷରୁ ଏଭଳି ଫେକ୍‌ ଭିଡିଓ ତିଆରି କରାଯାଇଥିଲା। …    

{"id":133221}

ଦୀର୍ଘ ୫୦ ବର୍ଷର ଯାତ୍ରା । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମିଶନ ମୁନ୍ । ଚନ୍ଦ୍ରରେ ମଣିଷ ପାଦ ଥାପିବାର ୫୦ ବର୍ଷ ପୂରଣ ହେବାକୁ ଯାଉଛି । ୧୯୬୯ ମସିହା ଜୁଲାଇ ୨୦ ତାରିଖରେ ପ୍ରଥମେ ଚନ୍ଦ୍ରରେ ପାଦ ଥାପି ଥିଲା ମଣିଷ । ପ୍ରଥମ ବ୍ୟକ୍ତି ଭାବେ ଜହ୍ନରେ ଓହ୍ଲାଇଥିଲେ ମହାକାଶ ବିଜ୍ଞାନୀ ନୀଲ୍ ଆର୍ମଷ୍ଟ୍ରଙ୍ଗ୍। …

{"id":133222}

ଆପୋଲୋ-୧୧ ଯାନ ସାହାଯ୍ୟରେ ଚନ୍ଦ୍ର ଅଭିଯାନରେ ବାହାରିଥିଲେ ନାସାର ବୈଜ୍ଞାନିକ। ତେବେ ପ୍ରଥମେ ନୀଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ଥାପିଥିବା ବେଳେ ୧୯ ମିନିଟ୍ ପରେ ଓହ୍ଲାଇଥିଲେ ବଜ୍ ଏଲଡ୍ରିନ।…

{"id":133223}

୧୯୬୯ ଜୁଲାଇ ୧୬ ତାରିଖ ଦିନ ଗୋଟାଏ ୩୨ ମିନିଟରେ ଆପୋଲୋ-୧୧ ମହାକାଶକୁ ଯାତ୍ରା କରିଥିଲା  ତିନି ଜଣ ମହାକାଶଚାରୀଙ୍କୁ ନେଇ । ୮ ଦିନ ୩ ଘଣ୍ଟା ୧୮ ମିନିଟ୍ ୩୫ ସେକେଣ୍ଡର ଅଭିଯାନ ଶେଷ କରି ଜୁଲାଇ ୨୪ରେ ପୃଥିବୀକୁ ଫେରିଥିଲା ଆପୋଲୋ-୧୧।…

{"id":133224}

ନାସାର ଆପୋଲୋ-୧୧ ଅଭିଯାନରେ ପ୍ରାୟ ୪ଲକ୍ଷ ଲୋକ ଜଡ଼ିତ ଥିଲେ। ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା ମହାକାଶ ଯାତ୍ରୀଙ୍କଠାରୁ ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର, ଗଣିତଜ୍ଞ, ପ୍ରୋଗ୍ରାମର ସାମିଲ ଥିଲେ ଏହି ଅଭିଯାନରେ। ବିଶେଷ କରି ନାସାର କଣ୍ଟ୍ରୋଲ ରୁମରେ ୩୦ ଜଣିଆ କୋର୍‌ ଟିମ୍ ପ୍ରତିମୁହୂର୍ତ୍ତରେ ସଜାଗ ରହିଥିଲେ। …

{"id":133225}

ଆପୋଲୋ-୧୧ ପୂର୍ବରୁ ଆପୋଲୋ-୭ ମିଶନ- ମୁନରେ ବାହାରିଥିଲା। ଏହାପୂର୍ବରୁ ଚନ୍ଦ୍ର ଅଭିଯାନ ବେଳେ ୮ ଜଣ ପ୍ରାଣ ହରାଇଥିଲେ । ନାସାର ୮ ଏବଂ ସୋଭିଏତ ୟୁନିୟନର ୬ ମହାକାଶଚାରୀଙ୍କ ସ୍ମୃତିରେ ଆପୋଲୋ-୧୫ ଚନ୍ଦ୍ରରେ ଏକ ସ୍ମାରକ ସ୍ଥାପନ କରିଥିଲା।… 

{"id":133226}

ମଣିଷ ଚନ୍ଦ୍ରରେ ପାଦ ଥାପିବାର ଏହା ମଧ୍ୟରେ ୫୦ ବର୍ଷ ବିତିଲାଣି । ହେଲେ ଏବେ ପ୍ରଥମେ ପାଦ ଥାପିଥିବାର ଭିଡିଓକୁ ନେଇ ଉଠିଛି ପ୍ରଶ୍ନ। ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ  ବଜ୍ ଏଲଡ୍ରିନ ଚନ୍ଦ୍ରରେ ଚାଲିବା ସମୟର ଏହି ଭିଡିଓ ଯେତେବେଳେ ନାସା ପକ୍ଷରୁ ପ୍ରକାଶ କରାଯାଇଥିଲା ସାରା ପୃଥିବୀରେ ଏହା ଚର୍ଚ୍ଚାକୁ  ଆସିଥିଲା। ଆଜିମଧ୍ୟ ୟୁଟ୍ୟୁବରେ ସର୍ବାଧିକ ଚର୍ଚ୍ଚିତ ଭିଡିଓ ମଧ୍ୟରୁ ଗୋଟିଏ ହେଉଛି ଏହି ଭିଡିଓ । ତେବେ ଏହି ଚର୍ଚ୍ଚିତ ଭିଡିଓକୁ ନେଇ ଏବେ ଉଠିଛି ପ୍ରଶ୍ନ । କୁହାଯାଉଛି କି ସେତେବେଳେ କୁଆଡ଼େ ହଲିଉଡ୍ ଷ୍ଟୁଡିଓରେ ଏହି ଭିଡିଓ ତିଆରି କରାଯାଇଥିଲା ।…

{"id":133227}

ତେବେ କାହିଁକି ନାସା ଏଭଳି ଫେକ୍ ଭିଡିଓ ତିଆରି କରିଥିଲା । କୁହାଯାଉଛି କି ମହାକାଶ ଅଭିଯାନରେ କାଳେ ରୁଷ୍‌ ଠାରୁ ପଛରେ ପଡ଼ିଯିବ ଆମେରିକା, ସେଥିପାଇଁ ନାସା ପକ୍ଷରୁ ଏଭଳି ଫେକ୍ ଭିଡିଓ ତିଆରି କରାଯାଇଥିଲା । …

{"id":133228}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.