Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୂଷାଙ୍କୁ କାର ଚଳାଇବା ଶିଖାଇ ଦେଲେ ଆମେରୀକୀୟ ଗବେଷକ, ଜାଣନ୍ତୁ ତାପରେ ହେଲା କ’ଣ

30/10/2019 at 4:17 PM

ଆମେରିକାର ବୈଜ୍ଞାନିକମାନେ କିଛି ମୂଷାଙ୍କୁ ଖାଇବା ବଦଳରେ କାର ଚଲାଇବା ପ୍ରଶିକ୍ଷଣ ଦେବାରେ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଅନୁସାରେ ମୂଷାମାନଙ୍କୁ ଯେବେ କିଛି ନୂଆ ଶିଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅବସାଦ ସ୍ତର କମେ। ଏହି ଗବେଷଣା ଆମେରିକାର ରିଚାର୍ଡ ବିଶ୍ବବିଦ୍ୟାଳୟ କରିଛି। ରିଚାର୍ଡ ବିଶ୍ବବିଦ୍ୟାଳୟ ଅନୁସାରେ ମୂଷାଙ୍କ ସାହାଯ୍ୟରୁ ଭବିଷ୍ୟତରେ ବିନା ଔଷଧରେ ରୋଗର ଚିକିତ୍ସା କରିବାରେ ସହାୟତା ମିଳିବ।

ଏହି ନୂଆ ଉପାୟ ପରେ ଏହା ସ୍ପଷ୍ଟ ହୋଇଛି ଯେ, ନୂଆ ଚ୍ୟାଲେଞ୍ଜ ଅନୁଭବ ହେବା ପରେ ମାନସିକ ଅବସ୍ଥାରେ ପରିବର୍ତ୍ତନ ଆସେ। ମୂଷା ନିଜ ଘରେ ଓ ଲ୍ୟାବରେ ରହି କିପରି ଅନୁଭବ କରେ ଏହା ଜାଣିବା ଲାଗି  ମଧ୍ୟ ଏବେ ଚେଷ୍ଟା କରାଯାଉଛି।

Processed with VSCO with f2 preset

ବୈଜ୍ଞାନିକ ନିଜ ଟିମ୍‌ ସହ ମିଶି ରୋବଟ କାର କିଟ୍‌ ତିଆରି କରିଛନ୍ତି। ଏଥିରେ ଡ୍ରାଇଭର କମ୍ପାର୍ଟମେଣ୍ଟ ବଦଳରେ ଖାଲି ଫୁଡ କଣ୍ଟେନର ଲଗାଯାଇଛି। ଏହା ତଳେ ଆଲୁମିନିୟମ ପ୍ଲେଟର ବ୍ୟବହାର କରାଯାଇଛି। ଏହା ବ୍ୟତୀତ କପର ୱାୟର ଲଗାଯାଇଛି।

ଏହା ଦ୍ବାରା କାର ବାମ, ଡାହାଣ ଓ ଶଳଖରେ ଯାଇପାରେ। ଯେତେବେଳେ କାରର ଆଲୁମିନିୟମ ପ୍ଲେଟ ଉପରେ ମୂଷାକୁ ରଖି ଦିଆଯାଏ ସେତେବେଳେ ସେ ପ୍ଲେଟ ୱାୟରକୁ ଛୁଏଁ। ଫଳରେ ସର୍କିଟ ଚାର୍ଜ ହୋଇ କାର ଚାଲେ। ଏହା ପରେ ମୂଷା ନିଜର ଦିଗ ବାଛେ ଓ ଗାଡି ସେହି ଦିଗରେ ଚାଲେ। ଅନେକ ମାସ ଯାଏଁ ୧୬ ଟି ମୂଷାଙ୍କୁ ପରିକ୍ଷଣ ଦିଆଯାଇଥିଲା।

ଏହା ପରେ ମୂଷାଙ୍କ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ସେମାନଙ୍କ ଠାରେ କାର୍ଟିକୋଷ୍ଟେରୋନ ଓ ଡିହାଇଡ୍ରୋପିୟନଷ୍ଟେରୋନ ଭଳି ଷ୍ଟ୍ରେସ ହର୍ମୋନର ସ୍ତର କମିଛି। 

 

   Related Posts