ପୃଥିବୀଠାରୁ ୬୪୦ ଆଲୋକବର୍ଷ ଦୂରରେ ଅଛି ଏକ ତତଲା ବିଶାଳ ଗ୍ରହ, ଯେଉଁଠି ହେଉଛି ଲୁହା ବର୍ଷା

Published By : Prameya-News7 Bureau | March 12, 2020 IST

ମହାକାଶରେ ଏକ ବିଶାଳ ଗ୍ରହ ଠାବ କରିଛନ୍ତି ଖଗୋଳବିଦ୍। ମୀନ ରାଶି ନକ୍ଷତ୍ରରେ ଥିବା ଏହି ଗ୍ରହ ଏତେ ତତଲା ଯେ ଏଠାରେ ଲୁହା ବର୍ଷା ହେଉଥିବାର ସେମାନେ ଆଶଙ୍କା କରିଛନ୍ତି। ମହାକାଶ ବିଜ୍ଞାନିଙ୍କ ଏହି ଅଧ୍ୟୟନ ଏବେ ସୌର ମଣ୍ଡଳ ବାହାରେ ଥିବା ଗ୍ରହମାନଙ୍କ ଜଳବାୟୁ ଅଧ୍ୟୟନରେ ସହାୟକ ହେବ ବୋଲି ଆଶା କରାଯାଉଛି।

{"id":237235,"sizeSlug":"large"}

ସ୍ୱିଜରଲ୍ୟାଣ୍ଡସ୍ଥିତ ୟୁନିଭର୍ସିଟି ଅଫ ଜେନେଭାର ଗବେଷକମାନେ ଏହି ବିଶାଳ ଗ୍ରହକୁ ଡବ୍ଲୁଏସପି-୭୬ବି ନାମରେ ନାମିତ କରିଥିବା ବେଳେ ଏହା ପୃଥିବୀଠାରୁ ୬୪୦ ଆଲୋକବର୍ଷ ଦୂରରେ ଠାବ କରିଛନ୍ତି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୨ହଜାର ୪୦୦ ଡିଗ୍ରି ସେଲସିୟସରେ ପହଞ୍ଚୁଥିବାର ସେମାନେ ଅନୁମାନ କରିଛନ୍ତି। ଏପରି ଉଚ୍ଚତାପ ଯେକୌଣସି ଧାତବକୁ ତରଳାଇବାକୁ ଯଥେଷ୍ଟ। ଗବେଷକଙ୍କ ଏହି ଅନୁଧ୍ୟାନ ନେଚର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଯେଉଁଥିରେ ପବନ ବାସ୍ପିକୃତ ଲୌହକୁ ଶୀତଳ ରାତିରେ ଘନିଭୂତ ଲୁହା ବୁନ୍ଦାରେ ପରିଣତ କରୁଥିବାର ଅନୁମାନ କରିଛନ୍ତି।

{"id":237237,"width":578,"height":289,"sizeSlug":"large"}

ଏହି ଉତପ୍ତ ଗ୍ରହର କେବଳ ଦିନବେଳା ଦେଖାଯାଇଛି। ଏହାର ଶୀତଳ ରାତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଏହି ଗ୍ରହ ତାର ମୂଳ ନକ୍ଷତ୍ରକୁ ୪୩ ଘଣ୍ଟାରେ ପରିକ୍ରମା କରୁଛି। ଏପରି ଗ୍ରହର ଖଗୋଳବିଦଙ୍କ ଏହା ପ୍ରଥମ ଅନୁସନ୍ଧାନ। ଯାହାର ରାତ୍ରି ସମ୍ପର୍କରେ ଜଣାପଡି ନାହିଁ। ତେବେ ବାସ୍ପିକୃତ ଲୁହା ରାତିରେ ବର୍ଷା ହେଉଥିବାର ଅନୁମାନ କରାଯାଉଛି। କାରଣ ଏଠାରେ ଦିନ ଓ ରାତିର ତାପମାତ୍ରାରେ ଯଥେଷ୍ଟ ଅନ୍ତର ରହୁଥିବାର ଗବେଷକମାନେ ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.