Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପୃଥିବୀର ସୃଷ୍ଟି କେଉଁଠୁ? ଗବେଷକଙ୍କ ଆକଳନ : ଭାରତର ଏହି ସ୍ଥାନରେ ପ୍ରଥମେ ସମୁଦ୍ରରୁ ବାହାରିଥିଲା ପୃଥିବୀର ଅଂଶ

14/11/2021 at 5:46 PM

ନୂଆଦିଲ୍ଲୀ ୧୪/୧୧ : ବିଶ୍ବର ସୃଷ୍ଟି ବିଚିତ୍ର । ଧରାପୃଷ୍ଠର ସୃଷ୍ଟି କେଉଁଠୁ ଏବଂ କେବେ ହୋଇଥିଲା ତାହାର ସଠିକ୍‌ ଆକଳନ କେବେ କେହି କରିପାରିନାହାନ୍ତି । ଜୀବ ଜଗତର ସନ୍ଧାନ ତଥା ଏହାର ସୃଷ୍ଟି ବାବଦରେ ଜାଣିବା ମଧ୍ୟ ମୁସ୍କିଲ । ତେବେ ପୃଥିବୀ କେବେ ସୃଷ୍ଟି ହୋଇଥିଲା ଏବଂ କେଉଁ ସ୍ଥାନରୁ ଏହାର ସନ୍ଧାନ ମିଳିଥିଲା ?

ଏକ ରିସର୍ଚ୍ଚରୁ ଧାରଣା ଯେ ଜଳ ପ୍ରଳୟ ପରେ ପ୍ରାୟ ୨.୫ ଅରବ ବର୍ଷ ପୂର୍ବେ ବିଭିନ୍ନ ମହା ଦ୍ବୀପ ଗୁଡିକ ସମୁଦ୍ରରୁ ବାହାରିଥିବା କଥା କୁହାଯାଉଥିଲା । ତେବେ ବର୍ତ୍ତମାନ ଆଉ ଏକ ରିସର୍ଚ୍ଚରୁ ଆକଳନ କରାଯାଉଛି ଯେ, ୩.୨ ଅରବ ବର୍ଷ ପୂର୍ବରୁ ହିଁ ସମୁଦ୍ର ଗର୍ଭରୁ ବାହାରିଥିଲା ପୃଥିବୀ । ସବୁଠାରୁ ବଡ କଥା ହେଉଛି ଗବେଷକମାନେ ଆକଳନ କରିଛନ୍ତି ଯେ, ପୃଥିବୀର ଯେଉଁ ଅଂଶ ପ୍ରଥାମ ପାଣି ଭିତରୁ ବାହାରିଥିଲା ସେହି ସ୍ଥାନ ହେଉଛି ଝାରଖଣ୍ଡର ସିଂହଭୂମ ଅଞ୍ଚଳ ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ଏବଂ ଆମେରିକାର ଗବେଷକମାନେ PNAS ଜର୍ନାଲରେ ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ସିଂହଭୂମର ବାଲୁକା ପଥରରେ ପ୍ରାଚୀନ ନଦୀ ଚ୍ୟାନେଲ, ଜୁଆର ଏବଂ ସମୁଦ୍ର କୂଳରେ ଭୌଗୋଳିକ ଚିହ୍ନ ରହିଛି ଯାହା ପ୍ରାୟ ୩.୨ବିଲିୟନ ବର୍ଷ ପୁରୁଣା । ଏଥିରୁ ଜଣାପଡିଛି ଯେ, ପୃଥିବୀରୁ ଏହି ଅଞ୍ଚଳ ପ୍ରଥମେ ସମୁଦ୍ରରୁ ବାହାରିଥିଲା।

ମୋନାଥ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଡକ୍ଟର ପ୍ରିୟଦର୍ଶିନୀ ଚୌଧୁରୀ କହିଛନ୍ତି, ଗବେଷଣା ବେଳେ ଆମକୁ ଏକ ବିଶେଷ ଧରଣର ପଥର ମିଳିଥିଲା । ଯାହାକୁକି ବାଲୁକା ପଥର କୁହାଯାଏ । ଏହା ପରେ କେଉଁ ପରିସ୍ଥିତିରେ ଉକ୍ତ ପଥରଟିର ବିକାଶ ହୋଇଥିଲା  ଏବଂ ଏହା କେତେ ବର୍ଷର ତାହା ଜାଣିବାକୁ ପ୍ରୟାସ କରିଥିଲୁ । ଗବେଷଣାରୁ ଜଣାପଡିଥିଲା ଯେ, ପଥର ଖଣ୍ଡଟି ୩.୧ ଅରବ ବର୍ଷ ପୁରୁଣା । ଏହି ପଥର ଖଣ୍ଡ ପ୍ରାଚୀନ ନଦୀ ଏବଂ ଉଛୁଳା ସମୁଦ୍ରରୁ ସୃଷ୍ଟି ହୋଇଛି । ୟୁରାନିୟମ୍ ଏବଂ ଛୋଟ ଖଣିଜ ପଦାର୍ଥକୁ ବିଶ୍ଳେଷଣ କରି ଏହି ପଥର ଖଣ୍ଡ କେତେ ବର୍ଷ ପୁରୁଣା ତାହା ଜଣାପଡିଥିଲା ।

   Related Posts