କିଡ଼ନୀ ରୋଗୀଙ୍କ ପାଇଁ ଖୁସି ଖବର : ଏବେ ଅର୍ଡ଼ର ଦେଲେ ଲ୍ୟାବରେ ପ୍ରସ୍ତୁତ ହେବ କିଡ଼ନୀ

Published By : Prameya-News7 Bureau | February 07, 2019 IST

କିଡ୍ନୀ ରୋଗୀଙ୍କ ପାଇଁ ଏକ ବଡ ଖବର | ଏବେ ଲ୍ୟାବରେ ରୋଗୀଙ୍କ ପାଇଁ କିଡ଼ନୀ ତିଆରି କରାଯିବ | ଏନେଇ ବୈଜ୍ଞାନିକ ରିସର୍ଚ୍ଚ କରି ସଫଳତା ହାସଲ କରିଛନ୍ତି | କିଛି ମୂଷାଙ୍କ ଉପରେ ରିସର୍ଚ୍ଚ କରି ବୈଜ୍ଞାନିକମାନେ ସଫଳ ଭାବେ କିଡ୍ନୀ ତିଆରି କରିବାରେ ସକ୍ଷମ ହୋଇଛନ୍ତି ।


ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫିଜିଓଲୋଜିକାଲ ସାଇନ୍ସର ବୈଜ୍ଞାନିକଙ୍କ ଅନୁସାରେ, କିଡ୍ନୀ ଖରାପ ହେବା ଯୋଗୁଁ ରୋଗୀଂଙ୍କୁ ପୁଣି କିଡ୍ନୀ ପ୍ରତିରୋପଣ କରିବାକୁ ପଡିଥାଏ | କିନ୍ତୁ କିଡ଼ନୀ ରୋଗୀ ଯେତିକି ଅଛନ୍ତି ସେତିକି ପରିମାଣରେ କିଡ଼ନୀ ମିଳିନଥାଏ | ଫଳରେ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାନ୍ତି | ଏଭଳି ସ୍ଥିତିକୁ ସୁଧାରିବା ପାଇଁ ବୈଜ୍ଞାନିକମାନେ ମାନବ ଶରୀରର ମୂଲ୍ୟବାନ ଅଙ୍ଗ ମାନବ ଶରୀର ବାହାରେ ପ୍ରସ୍ତୁତ କରିବା ପାଇଁ ରିସର୍ଚ୍ଚ ଆରମ୍ଭ କରିଥିଲେ | ଏହାର ପରିଣାମ ଉତ୍ସାହଜନକ ବୋଲି କହିଛନ୍ତି ବୈଜ୍ଞାନିକ |


କିଡ଼ନୀ ରୋଗ ଜୀବନଶୈଳୀ ଉପରେ ନିର୍ଭର କରିଥାଏ | ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି | ଯେତେବେଳେ ରୋଗ ଗମ୍ଭୀର ହୁଏ ସେତେବେଳେ ରୋଗ ସମ୍ପର୍କରେ ରୋଗୀ ଜାଣିପାରିଥାଏ | ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ | ସେଥିପାଇଁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଯାଞ୍ଚ କରି ଠିକ ସମୟରେ ରୋଗରେ ଚିକିତ୍ସା କରିନେବା ଉଚିତ |

{"id":82841}


ଆସନ୍ତୁ ଜାଣିବା କିଛି ଲକ୍ଷଣ :
ଭୋକ ନ ଲାଗିବା ଏବଂ ଓଜନ କମିଯିବା - ଭୋକ ନ ଲାଗିବା ଏବଂ ଓଜନ ଲଗାତାର କମିଯିବା କିଡ଼ନୀ ରୋଗର ଲକ୍ଷଣ | କାର୍ଯ୍ୟ କରିବା ପାଇଁ ମଣିଷକୁ ପୋଷଣ ଏବଂ ଏନର୍ଜି ଦରକାର | ଠିକ ସମୟରେ ଭୋଜନ କଲେ ଶରୀର ସୁସ୍ଥ ରହିଥାଏ |


ହାତ ଗୋଡ ଫୁଲିବା - କିଡ଼ନୀ ଶରୀରର ବିଷାକ୍ତ ତତ୍ୱ ଏବଂ ଅତିରିକ୍ତ ତରଳ ପଦାର୍ଥ ବାହାରକୁ ବାହାର କରିଥାଏ | କିଡ଼ନୀ ରୋଗ ହେଲେ କିଡ଼ନୀ ଏହି କାମ କରିପାରିନଥାଏ | ଫଳରେ ତରଳ ପଦାର୍ଥ ଶରୀରରୁ ବାହାରି ପାରିନଥାଏ | ଶରୀରରେ ଅତିରିକ୍ତ ତରଳ ପଦାର୍ଥ ରହି ଶରୀର ଫୁଲିବା ଆରମ୍ଭ କରିଥାଏ | ଏଥିଯୋଗୁଁ ହାତ, ଗୋଡ, ମୁହଁ ଆଦି ଫୁଲି ଯାଇଥାଏ |


ହାଲିଆ ଲାଗିବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା - ଶରୀରରୁ ଅବଶିଷ୍ଟ ପଦାର୍ଥ ବାହାରକୁ ବାହାର କରିବା ସହିତ ଇରିଥାରୋପୋଟିନ ନାମକ ହର୍ମୋନ ମଧ୍ୟ ଉତ୍ପାଦନ କରିଥାଏ | ଏହି ହର୍ମୋନ ଅକ୍ସିଜେନକୁ ଲାଲ ରକ୍ତ କଣିକାରେ ପରିବର୍ତନ କରିଥାଏ | କିନ୍ତୁ କିଡ଼ନୀ ଖରାପ ହୋଇଗଲେ ଇରିଥାରୋପୋଟିନ ହର୍ମୋନ ଉତ୍ପାଦନ ହୋଇପାରିନଥାଏ | ଯାହାଫଳରେ ମସ୍ତିସ୍କ ବହୁତ ଶୀଘ୍ର ହାଲିଆ ହୋଇଯାଇଥାଏ | ଏଥିପାଇଁ ମଣିଷକୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ |

{"id":82842,"width":583,"height":345}


ବାରମ୍ବାର ପରିସ୍ରା ଲାଗିବା ଏବଂ ପ୍ରୋଟିନ ବାହାରିବା - ଯଦି ପରିସ୍ରା କଲାବେଳେ ରକ୍ତସ୍ରାବ ହେଉଛି ତାହେଲେ ଏହା ଚିନ୍ତାର ବିଷୟ | ପରିସ୍ରାରୁ ପ୍ରୋଟିନ ବିଷୟରେ ଜାଣିବା ଜଟିଳ କାମ | ଏଥିପାଇଁ ନିୟମିତ ଭାବେ ପରିସ୍ରା ପରୀକ୍ଷା କରିବାକୁ ପଡିବ | କିଡ଼ନୀ ରୋଗ ହେଲେ ପରିସ୍ରା ମାତ୍ରା ଏବଂ ରଂଗରେ ପରିବର୍ତନ ଦେଖା ଦେଇଥାଏ | ସାଧାରଣତଃ ରାତି ସମୟରେ ଅଧିକ ଥର ପରିସ୍ରା ଲାଗିଥାଏ | କିଡ଼ନୀ ଖରାପ ହେଲେ ସାଧାରଣତଃ ହଳଦିଆ ପରିସ୍ରା ହୋଇଥାଏ | ଏହାସହ ପରିସ୍ରା କଲାବେଳେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ |


ଅଧିକ ମିଠା ଖାଇବା - ଅଧିକ ମିଠା ଖାଇଲେ ମଧ୍ୟ କିଡ଼ନୀ ଖରାପ ହେବାର ସମ୍ଭାବନା ଥାଏ | ଅଧିକ ମିଠା ଖାଇବା ଦ୍ୱାରା ପରିସ୍ରାରେ ପ୍ରୋଟିନ ନିର୍ଗତ ହୋଇଥାଏ |


ଅଧିକ ଲୁଣ ଖାଇବା - କିଛି ଲୋକେ ଦରକାରଠାରୁ ଅଧିକ ଲୁଣ ଖାଇଥାନ୍ତି | ଅତ୍ୟଧିକ ଲୁଣ କିଡ଼ନୀ ପାଇଁ କ୍ଷତିକାରକ | ଖାଇବାରେ ଲୁଣର ପରିମାଣ ଅଧିକ ହେବା ଦ୍ୱାରା ସୋଡିୟମ ବଢିଥାଏ | ସୋଡିୟମ ବଢିବା ଦ୍ୱାରା ରକ୍ତ ଚାପ ମଧ୍ୟ ବଢିଥାଏ | ଯାହାଫଳରେ କିଡ଼ନୀ ଖରାପ ହୋଇଯାଇଥାଏ | ଦିନକୁ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଅନୁଚିତ |
ତ୍ୱଚା କୁଣ୍ଡାଇ ହେବା - କିଡ଼ନୀ ରୋଗ ହେଲେ ତ୍ୱଚା କୁଣ୍ଡେଇ ହେବା ଆରମ୍ଭ ହୋଇଥାଏ |


ମାଂସପେଶୀରେ କଷ୍ଟ - କିଡ଼ନୀ ରୋଗ ହେଲେ ଶରୀରର ବିଭିନ୍ନ ଅଙ୍ଗରେ ବା ମାଂସପେଶୀରେ ଭୀଷଣ କଷ୍ଟ ଅନୁଭୂତ ହୋଇଥାଏ |

{"id":82843,"width":586,"height":324}


କିଡ଼ନୀ ଖରାପ ହେବାର ମୁଖ୍ୟ କାରଣ କ'ଣ :
କିଡ଼ନୀ ଶରୀରକୁ ସନ୍ତୁଳିତ କରିଥାଏ | ଶରୀରରେ ଯେକୌଣସି ଜିନିଷ ଅଧିକ କିମ୍ବା କମ ହେଲେ କିଡ଼ନୀ ତାକୁ ଠିକ ଭାବେ ସନ୍ତୁଳନ କରିଥାଏ | ସାଧାରଣତଃ କିଡ଼ନୀ ଲୁଣ ଏବଂ ପାଣିକୁ ସନ୍ତୁଳିତ କରିଥାଏ |


ଡାଇବେଟିସ - ଆଜିକାଲି ଡାଇବେଟିସ ଏକ ସାଧାରଣ ରୋଗ ହୋଇଗଲାଣି | ଘରେ ଘରେ ଡାଇବେଟିସ ରୋଗୀ ଅଛନ୍ତି | ସୁଗାର ଶରୀରକୁ ଏନର୍ଜି ଯୋଗେଇ ଥାଏ | ସୁଗାର ଷ୍ଟାର୍ଚ୍ଚକୁ ଏନଏରଜିରେ ପରିବର୍ତନ କରୁଥିବା ଇନ୍ସୁଲିନ ଶରୀରରେ କମିଗଲେ ଡାଇବେଟିସର ଲକ୍ଷଣ ଦେଖାଦେଇଥାଏ | ଡାଇବେଟିସ କିଡ଼ନୀ ଫଙ୍କସନକୁ ଧୀରେ ଧୀରେ କମ କରିଦେଇଥାଏ | ଯାହାଫଳରେ କିଡ଼ନୀ ଖରାପ ହୋଇଯାଇଥଏ |


ହାଇପରଟେନ୍ସନ - କିଡ଼ନୀ ରୋଗର ଆଉ ଏକ କାରଣ ହେଲା ଉଚ୍ଚ ରକ୍ତଚାପ | ଉଚ୍ଚ ରକ୍ତଚାପ କିଡ଼ନୀର କାମକୁ ପ୍ରଭାବିତ କରିଥାଏ | ଯାହାଫଳରେ କିଡ଼ନୀ ଖରାପ ହୋଇଯାଇଥାଏ |


ମଦ ଓ ସିଗାରେଟ - ଧୂମପାନ କେବଳ ଫୁସଫୁସ ପାଇଁ ନୁହେଁ ବରଂ କିଡ଼ନୀ ପାଇଁ ମଧ୍ୟ କ୍ଷତିକାରକ | ଅତ୍ୟଧିକ ଧୂମପାନ କଲେ କିଡ଼ନୀ କାମ କରିବା ବନ୍ଦ କରିଦେଇଥାଏ | ଧୂମପାନ ଦ୍ୱରା ଧମନୀ ସଂକୁଚିତ ହୋଇଥାଏ ଏବଂ କିଡ଼ନୀକୁ ରକ୍ତ ପ୍ରବାହ ହୋଇନଥାଏ | ଫଳରେ କିଡ଼ନୀ ଖରାପ ହୋଇଯାଇଥାଏ |


କିଡ଼ନୀ ଆମ ଶରୀରରେ ଫିଲ୍ଟର ଭଳି କାମ କରିଥାଏ | କିନ୍ତୁ ମଦ ପିଇବା ଦ୍ୱାରା କିଡ଼ନୀ ଶରୀରରେ ରକ୍ତକୁ ଫିଲ୍ଟର କରିବାରେ ସକ୍ଷମ ହୋଇନଥାଏ | ଅଧିକ ସମୟ ଧରି ଏବଂ ଅତ୍ୟଧିକ ମଦ୍ୟପାନ ଦ୍ୱାରା କିଡ଼ନୀର କୋଷ ଖରାପ ହେବା ସହ କିଡ଼ନୀର ଆକାର ବୃଦ୍ଧି ହୋଇଥାଏ | ଯାହାଫଳରେ କିଡ଼ନୀ କାମ କରିବା ବନ୍ଦ କରିଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.