Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ବିଶ୍ବରେ ମୋଟ କରୋନା ମୃତ୍ୟୁର ୧୫% ବାୟୁ ପ୍ରଦୂଷଣ ସହ ଜଡ଼ିତ: ଅଧ୍ୟୟନ ପରେ ମିଳିଲା ତଥ୍ୟ

27/10/2020 at 7:26 PM

ନୂଆଦିଲ୍ଳୀ ୨୭/୧୦: କରୋନା ଭାଇରସ୍‌କୁ ନେଇ ସବୁବେଳେ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। କରୋନା ଲକ୍ଷଣଠୁ ଆରମ୍ଭ କରି କରୋନା ଚିକିତ୍ସା ପଦ୍ଧତି ସମ୍ପର୍କରେ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଛନ୍ତି। କରୋନା ସଂମ୍ରମଣ  ଓ ବାୟୁ ପ୍ରଦୂଷଣକୁ ନେଇ ଆସିଥିବା ତଥ୍ୟ ଚିନ୍ତାର କାରଣ ପାଲଟିଛି। କରୋନାରେ ହେଉଥିବା ମୃତ୍ୟୁର ୧୫ ପ୍ରତିଶତ ବାୟୁ ପ୍ରଦୂଷଣ ସହ ଜଡ଼ିତ ବୋଲି ଜଣାପଡ଼ିଛି। ପୂର୍ବରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ କରୋନା ଠାରୁ ଭୟଙ୍କର ମହାମାରୀ ହେଉଛି ବାୟୁ ପ୍ରଦୂଷଣ।

କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୫ ପ୍ରତିଶତ ମୃତ୍ୟୁ ବାୟୁ ପ୍ରଦୂଷଣ ମଧ୍ୟରେ ରହିବା ଦ୍ବାରା ହେଉଛି। କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ହେବା ସହ ଫୁସ୍‌ଫୁସ୍‌ ସଂକ୍ରମିତ ହେଉଥିବା ସମସ୍ତେ ଜାଣିଛନ୍ତି। ସେହିଭଳି ବାୟୁ ପ୍ରଦୂଷଣ ଯୋଗୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହୁଏ। ତେଣୁ କରୋନା ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅଧ୍ୟୟନରୁ ଜଣାପଡ଼ିଛି ୟୁରୋପରେ କରୋନାରେ ହୋଇଥିବା ମୃତ୍ୟୁର ୧୯ ପ୍ରତିଶତ, ଉତ୍ତର ଆମେରିକାରେ ହେଉଥିବା ମୃତ୍ୟୁର ୧୭ ପ୍ରତିଶତ, ଏସିଆରେ କରୋନା ମୃତ୍ୟୁର ୨୭ ପ୍ରତିଶତଙ୍କ ସମ୍ବନ୍ଧ ବାୟୁ ପ୍ରଦୂଷଣ ସହ ରହିଛି। ତେବେ ଏହି ଅଧ୍ୟୟନରେ ଜର୍ମାନୀର ମାକ୍ସ ପ୍ଲାଙ୍କ ରସାୟନ ବିଜ୍ଞାନ ସଂସ୍ଥାନର ବିଶେଷଜ୍ଞମାନେ ସାମିଲ ଥିଲେ। ମେଡିକାଲ ଜର୍ଣ୍ଣାଲ ‘କାର୍ଡିୟୋ ଭାସ୍କୁଲାର’ରେ ପ୍ରକାଶିତ ଅଧ୍ୟୟନରେ କରୋନା ଭାଇରସ୍‌ରେ ହୋଇଥିବା ମୃତ୍ୟୁ ସହ ବାୟୁ ପ୍ରଦୂଷଣର ମିଳିତ ପରୀକ୍ଷା କରାଯାଇଛି।

ଅଧ୍ୟୟନରେ ସାମିଲ ଥିବା ବିଶେଷଜ୍ଞଙ୍କ ମତରେ କରୋନା ଭାଇରସ୍‌ ସହ ବାୟୁ ପ୍ରଦୂଷଣ ସହ ସିଧା ସମ୍ପର୍କ ନାହିଁ। କନ୍ତୁ ବାୟୁ ପ୍ରଦୂଷଣ ପାଇଁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗୁଡ଼ିଛି। ତେଣୁ ଏହି ମାମଲାରେ ବାୟୁ ପ୍ରଦୂଷଣର ପ୍ରତ୍ୟେକ୍ଷ ଓ ପରୋକ୍ଷ ସମ୍ପର୍କ ବିଷୟରେ ଜଣାପଡ଼ିଛି। ବିଶେଷଜ୍ଞମାନେ ଆମେରିକା ଓ ପୂର୍ବ ଚାଇନାକୁ ନିଜ ଅଧ୍ୟୟନ ପାଇଁ ନେଇଥିଲେ। ଏହି ସମୟରେ ୨୦୦୩ର ସାର୍ସ ଭାଇରସ୍‌ର ଗ୍ରାଫକୁ ବି ନିଆଯାଇଥିବା ଜଣାପଡ଼ିଛି।

   Related Posts