ମୂଷା ଏବଂ ମଣିଷଙ୍କ ଉପରେ ହେଲା ଗବେଷଣା: ଅଧିକ ଲୁଣ ଖାଇଲେ କମିଥାଏ ରୋଗ ପ୍ରତିରୋଧକ ଶକ୍ତି

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬/୦୪ : ସ୍ୱାସ୍ଥ୍ୟ ବିଶେଷଜ୍ଞ ସବୁବେଳେ ଖାଇବାରେ ଲୁଣର ମାତ୍ରା କମ କରିବା ପାଇଁ ଉପଦେଶ ଦେଇଥାନ୍ତି| ଅଧିକ ଲୁଣ ସେବନ ଦ୍ଵାରା ରକ୍ତ ଚାପ ବୃଦ୍ଧି ପାଇଥାଏ | ଏହାସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏବେ ଏକ ନୂଆ ଅନୁସନ୍ଧାନରୁ ଖୁଲାସା ହୋଇଛି ଯେ, ଅଧିକ ମାତ୍ରାରେ ଲୁଣ ସେବନ କରିବା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ | ସାଇନ୍ସ ଟ୍ରାନ୍ସଲେସନ ମେଡ଼ିସିନ ଜର୍ଣ୍ଣାଲରେ ପ୍ରକାଶିତ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ବୋନ ହସ୍ପିଟାଲ ଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚ୍ଚରେ ଏହା ଜଣାପଡିଛି |

{"id":249791,"width":580,"height":412,"sizeSlug":"large"}

ଏହି ଅନୁସନ୍ଧାନ ମୂଷା ଏବଂ ମଣିଷ ଉପରେ କରାଯାଇଥିଲା | ଅନୁସନ୍ଧାନ ଅନୁଯାୟୀ, ଯେଉଁ ମୂଷାମାନଙ୍କୁ ଅଧିକ ଲୁଣ ଦିଆଯାଇଥିଲା ସେମାନଙ୍କୁ ଅଧିକ ସଂକ୍ରମଣ ହୋଇଥିଲା | ମଣିଷ ଶରୀରରେ ମଧ୍ୟ ଏହି ଅନୁସନ୍ଧାନ କରାଯାଇଥିଲା ଏବଂ ଏହାର ଫଳାଫଳ ମଧ୍ୟ ସମାନ ରହିଥିଲା | ପ୍ରତିଦିନ ୬ ଗ୍ରାମ ଅଧିକ ଲୁଣ ସେବନ କରୁଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଥାଏ |

{"id":249792,"width":573,"height":429,"sizeSlug":"large"}

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୋଡିୟମ କ୍ଲୋରାଇଡ ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ | ଏହି ଅନୁସନ୍ଧାନରେ ଯୋଗ ଦେଇଥିବା ପ୍ରତିଭାଗୀଙ୍କୁ ପ୍ରତିଦିନ ଦୁଇଟି ବର୍ଗର ଓ ଦୁଇ ପ୍ୟାକେଟ ଫ୍ରେଞ୍ଚ ଫ୍ରାଏ ଜରିଆରେ ୬ ଗ୍ରାମ ଅଧିକ ଲୁଣ ଦିଆଯାଇଥିଲା | ଏହିପରି ସପ୍ତହେ ଯାଏଁ ଦିଆଯାଇଥିଲା | ସପ୍ତାହେ ପରେ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ସେଥିରେ ଗ୍ରେନୁଲୋଶାଇଟ ଅର୍ଥାତ ରକ୍ତରେ ଥିବା ପ୍ରତିରୋଧି କୋଷର ମାତ୍ରା ଅନୁଧ୍ୟାନ କରାଯାଇଥିଲା |

ଅତିରିକ୍ତ ଲୁଣ କାରଣରୁ ଭାଇରସ ଓ ବ୍ୟାକ୍ଟେରିଆ ସହ ଲଢ଼ିବା ପାଇଁ ଗ୍ରେନୁଲୋଶାଇଟ ପ୍ରତିରୋଧି କୋଷର ପ୍ରଭାବ କମ ଥିବା ପ୍ରମାଣିତ ହୋଇଥିଲା | ରକ୍ତରେ ଗ୍ରେନୁଲୋଶାଇଟ ସ୍ଥର ମଧ୍ୟ ବୃଦ୍ଧି ପାଇଥିଲା ଯାହା ମାନବ ଶରୀରର ପ୍ରତିରକ୍ଷା କ୍ଷମତା ଉପରେ ଖରାପ ପ୍ରଭାବ ପକାଇ ତାକୁ ଦୁର୍ବଳ କରିଥାଏ | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯଦି ଆମେ ଦିନକୁ ଦୁଇଥର ଫାଷ୍ଟ ଫୁଡ ଖାଉ ତେବେ ଦିନକୁ ୬ ଗ୍ରାମ ଅଧିକ ଲୁଣ ଖାଇଥାଉ |

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନକୁ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଅନୁଚିତ | ବିଶେଷଜ୍ଞଙ୍କ ଅନୁସାରେ, ଅଧିକାଂଶ ଲୋକ ଦିନକୁ ୫ ଗ୍ରାମରୁ ଅଧିକ ଲୁଣ ସେବନ କରିଥାନ୍ତି | ପୁରୁଷ ୧୦ ଗ୍ରାମ ଲୁଣ ସେବନ କରୁଥିବାବେଳେ ମହିଳାମାନେ ୮ ଗ୍ରାମ ସେବନ କରିଥାନ୍ତି | ଅଧିକ ଲୁଣ ସେବନ କରିବା ଦ୍ଵାରା ରକ୍ତ ଚାପ ବୃଦ୍ଧି ପାଇବ ସହ ହୃଦଘାତ ହେବାର ସମ୍ଭାବନା ମଧ୍ୟ ରହିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.