ଥାଇଲାଣ୍ଡର ଗୁମ୍ଫା ଭିତରେ ଫସି ରହିଥିବା ୧୩ ଜଣକୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

Published By : Prameya-News7 Bureau | July 03, 2018 IST

ଥାଇଲାଣ୍ଡର ଗୁମ୍ଫା ଭିତରେ ଦଶ ଦିନ ହେଲା ଫସିଥିବା ୧୩ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରବଳ ବର୍ଷା ଯୋଗୁଁ ୧୧ରୁ ୧୬ ବର୍ଷ ବୟସର ଏହି ଫୁଟବଲ ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ୍ ଥାମ୍ ଲୁଆଙ୍ଗ ଗୁମ୍ଫା ଭିତରେ ଫସି କରି ଅଛନ୍ତି । ଗୂଂମ୍ଫା ଭିତରେ ଅଥଳ ଜଳ ଥିବା ଯୋଗୁଁ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଗତମାସ ୨୩ ତାରିଖରେ ଥାଇଲାଣ୍ଡର ଉତ୍ତରାଞ୍ଚଳ ସୀମାନ୍ତ ଫରେଷ୍ଟ ପାର୍କ ଅଞ୍ଚଳରେ ବନ୍ୟାରୁ ବର୍ତ୍ତିବା ଲାଗି ଗୁମ୍ଫା ଭିତରେ ପଶିଯାଇଥିଲେ ବାଳ ଫୁଟବଲ ଟିମ୍ । ସୋମବାର ସେମାନଙ୍କୁ ଠାବ କରାଯାଇଛି । ସେମାନେ ଜୀବିତ ଥିଲେ ବି ଅତି ଦୁର୍ବଳ ହୋଇ ପଡିଛନ୍ତି । ଗୁମ୍ଫା ଭିତରୁ ସମସ୍ତଙ୍କୁ ଉଦ୍ଧାର ଲାଗି ହେଲିକପ୍ଟର , ବୋଟ୍ସହ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ତେବେ ସେମାନଙ୍କୁ ଉଦ୍ଧାର ଲାଗି ଆଉ କିଛି ଦିନ ଲାଗିବ । ସେଥିଲାଗି ଏବେ ଗୁମ୍ଫା ଭିତରକୁ ଖାଦ୍ୟ, ଔଷଧ ଓ ଜୀବନ ରକ୍ଷା ଉପକରଣ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.