ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣା: ଏବେ ବି ଦୁଇ ଜଣଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରୀ

Published By : Prameya-News7 Bureau | September 16, 2019 IST

ମାଲକାନଗିରି ୧୬|୯; ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଗତକାଲି ଡଙ୍ଗା ଓଲଟି ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ତୋଟାଗୁଡା ଗ୍ରାମର ୪ଜଣ ଯାତ୍ରୀ  ସନାଦେଇ ଗଲରି, ମଙ୍ଗଳା ଗଲରି, ଦୀପାଳି ଗଲରି ଓ ସାନାତା ଶିଶା, ନାକାମାମୁଡି ଗ୍ରାମରୁ ପରଵ ଖାଇ ଫେରୁଥିବା ସମୟରେ ଆମ୍ବୁଲିବେଢା ନିକଟରେ ଅଧିକ ଲହଡି ହେବାରୁ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

{"id":158372}

ମଙ୍ଗଳା ଗଲରି ପହଁରି ପହଁରି କୂଳକୁ ଆସିଥିବାବେଳେ ସନାଦେଇ ଗଲରିଙ୍କ ମୃତ ଦେହ ଗାଁ ଲୋକେ ଉଦ୍ଧାର କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ୨ଜଣ ନିଖୋଜ ଅଛନ୍ତି । ସମସ୍ତଙ୍କ ଘର ତୋଟାଗୁଡା ଗାଁରେ  ବୋଲି ଜଣା ପଡିଛି ।

{"id":158374}

ଚିତ୍ରକୋଣ୍ଡା ପୋଲିସ ଓ ଅଗ୍ନି ବିଭାଗ ଘଟଣା ସ୍ଥଳରେ ପହଞ୍ଚି  ନିଖୋଜ ଥିବା ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ହେଲେ ଜଳ ଭଣ୍ଡାରରେ ବର୍ତ୍ତମାନ ୧୫୦୦ ଫୁଟ ପାଣି ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାରି ଦଳକୁ କୌଣସି ସଫଳତା ମିଳି ନାହିଁ ।

{"id":158375}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.