Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହାନଦୀ ମୁଣ୍ଡଳୀରେ NDRF ଟିମ୍‌ର ଉଦ୍ଧାର କାର୍ଯ୍ୟ ବନ୍ଦ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହେବେ ନିୟୋଜିତ

25/09/2021 at 1:02 PM

କଟକ ୨୫।୯: ମହାନଦୀ ମୁଣ୍ଡଳୀରେ ଏନଡିଆରଏଫ ଟିମ୍ ର ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ସ୍ଥାନରେ ନିୟୋଜିତ ହେବା ପାଇଁ ଏନଡିଆରଏଫ୍ ଟିମ୍ ଯିବ । ତେଣୁ ମହାନଦୀରେ ଏନଡିଆରଏଫ୍ ଟିମ୍ ର ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ମୁଣ୍ଡଳୀ ବ୍ରିଜ୍ ନିକଟରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଜଣଙ୍କ ଜୀବନ ଚାଲିଯାଇଛି । ଓଡ୍ରାଫ୍ ବୋଟ୍ ଓଲଟିବା ପରେ ନିଖୋଜ ଥିବା ଜଣେ ଓଡ୍ରାଫ୍ କର୍ମଚାରୀଙ୍କୁ ଖୋଜୁଥିଲା ଏନଡିଆରଏଫ ଟିମ୍ । ୪ଟି ସ୍ଥାନରେ ଏନଡିଆରଏଫର ୮ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ମୁଣ୍ଡଳୀ ସମେତ ନରାଜ, ଯୋବ୍ରା, କାଠଯୋଡି ଆଦି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲୁଥିବା ନେଇ ସୂଚନା ଦେଇଥିଲେ ଏନଡିଆରଏଫର କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।

   Related Posts