ଅନୁଗୁଳ କୋରଡ଼ା ଗାଁ ଜଙ୍ଗଲରେ ଫାଶରେ ପଡିଛି ଚିତା
15/09/2018 at 4:05 PM

ଅନୁଗୁଳ ୧୫/୯ : ଅନୁଗୁଳ ଜରପଡା ରେଞ୍ଜ କୋରଡ଼ା ଗାଁ ପାଖ ଜଙ୍ଗଲରେ ଫାଶରେ ପଡିଛି ଚିତା | ଜଙ୍ଗଲୀ ଜନ୍ତୁ ପାଇଁ ବସା ଯାଇଥିବା ଫାଶରେ ଚିତା ବାଘ ପଡିଛି | ଗାଁ ଲୋକେ ବାଘର ଚିତ୍କାର ଶୁଣିବା ପରେ ବନବିଭାଗକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ବନ କର୍ମଚାରୀ ପହଂଚି ବାଘକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି | ଚିତାରେ ଗୋଡରେ ଫାଶ ଲାଗିଛି | ଚିତାଟି ଜଙ୍ଗଲରେ ଦୌଡିବାକୁ ଉଦ୍ୟମ କରୁଛି | ବନବିଭାଗର ପ୍ରାୟ ୧୦ ଜଣ ଚିତାକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି | ଘଞ୍ଚଜଙ୍ଗଲ ଭିତରେ ଚିତାଟି ଦୌଡିବାକୁ ଆରମ୍ଭ କରୁଥିବାରୁ ତାକୁ ବନବିଭାଗ କର୍ମଚାରୀ ଠାବ କରିପାରୁନାହାନ୍ତି |
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021