୩ ଦିନ ହେଲାଣି ମାଟି ତଳେ ପୋତି ହୋଇଛନ୍ତି ଜେସିବି ଅପରେଟର ; ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | June 02, 2018 IST

କୋରାପୁଟ ଜିଲ୍ଲା ଗୁମ୍ମା ନିକଟସ୍ଥ ରାଣୀଗଡ ପଥର ଖଣିରେ ଚାପି ହୋଇରହିଥିବା ୨ଜଣ ଜେସିବି ଅପରେଟରଙ୍କୁ ୩ ଦିନ ପରେ ମଧ୍ୟ ଉଦ୍ଧାର କରାଯାଇପାରିନାହିଁ । ଗତ ଗୁରୁବାର ଦିନ ଠିକାଦାରଙ୍କ କାମ କରୁଥିବାବେଳେ ଏହି ଦୁଇଜଣ ଜେସିବି ଅପରେଟର ପଥର ତଳେ ଚାପି ହୋଇ ରହିଯାଇଛନ୍ତି । ଏମାନଙ୍କୁ ଉଦ୍ଦାର କରିବାପାଇଁ ପ୍ରଥମେ ଓଡ୍ରାଫ୍ ସହ ଅଗ୍ନିଶମ ବିଭାଗ ଉଦ୍ୟମ କରି ବିଫଳ ହୋଇଥିଲା । ଫଳରେ ଆଜି ଏନ୍.ଡି.ଆର୍.ଏଫ୍ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପାହାଡରୁ ବଡ ବଡ ପଥର ଖସିଥିବାରୁ କ୍ରେନର ଆବଶ୍ୟକତାରହିଥିବାବେଳେ କ୍ରେନ ଉପଲବ୍ଧ ହେଉନାହିଁ । ପଥର ତଳେ ଚାପି ହୋଇ ରହିଥିବା ଜେସିବି ଅପରେଟରଙ୍କ ପରିବାର ଲୋକ ଘଟଣାସ୍ଥଲରେ ପହଂଚିଛନ୍ତି । ବିଷ୍ଫୋରଣ କରି ପଥର ଭାଂଗିବାକୁ ପରିବାର ବର୍ଗ ରାଜି ହେଉନଥିବା ବେଳେ ବିଷ୍ଫୋରଣ ପାଇଁ ଏନ୍.ଡି.ଆର୍.ଏଫ୍ ଟିମ ବି ହାତ ଟେକି ଦେଇଛି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଓ ଠିକା କଂପାନୀର ଖାମ ଖିଆଲ ମନୋଭାବ ବିରୋଧରେ ପରିବାର ଲୋକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି। ଆଜି ଘଟଣା ସ୍ଥଳରେ କୋରାପୁଟ ଏସ୍.ପି ଙ୍କ ସମେତ ଅତିରିକ୍ତ ଏସ୍.ପି ଓ ଅନେକ ପ୍ରଶାସନିକ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ।ଘଟଣା ସଂପର୍କରେ ଲୋକଙ୍କ ସହ ଆଲୋଚନା ବି କରିଥିଲେ। ତେବେ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆ ଯାଉଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ସଂପୃକ୍ତ ଠିକା କଂପାନୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.