ସ୍ବସ୍ତି ଚିଲିକା ରିସୋର୍ଟ ନିକଟରୁ ମୃତ ଡଲଫିନ୍ ଉଦ୍ଧାର

Published By : Prameya-News7 Bureau | October 12, 2020 IST

ଖଲ୍ଲିକୋଟ୧୨/୧୦: ଏସିଆ ମହାଦେଶରେ ସର୍ବବୃତ୍ତମ ଲବଣ ହ୍ରଦ ହେଉଛି ଚିଲିକା। ଏହାରେ ବହୁ ଡଲଫିନ୍ ରହନ୍ତି। ବିଭିନ୍ନ ସମୟରେ ଭିନ୍ନ କାରଣରୁ ଡଲଫିନମାନେ ମରି ଯାଉଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ସ୍ବସ୍ତି ଚିଲିକା ରିସୋର୍ଟ ନିକଟ ଚିଲିକା କୂଳରେ ଏକ ଡଲଫିନ୍‌ ମୃତ ଅବସ୍ଥାରେ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି  ଓ୍ବାଇଲ୍ଡ ଲାଇଫ୍ ସହ ଯୋଗାଯୋଗ କରିଥିଲେ ।

ଖବର ପାଇ କେଶପୁର ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟ ଗାର୍ଡ ଛବିରାଣୀ ବେହେରାଙ୍କ ସହ ବିଦ୍ୟାଧର ସାହୁ ଘଟଣାସ୍ଥଳରେ ପହଞ୍ଚି ଡଲଫିନ୍‌ଟିକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଡଲଫିନ୍‌ଟିର ଲମ୍ବ ପାଞ୍ଚ ଫୁଟ୍ ଓ ଓଜନ ଏକ କ୍ବିଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଛି। ଡଲଫିନ୍‌ରଟିର କିପରି ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.