ନିଖୋଜ +2 ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

Published By : Prameya-News7 Bureau | December 26, 2019 IST

କେନ୍ଦ୍ରପଡ଼ା୨୬/୧୨: ନିଖୋଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟ  ଲୁଣା ନଦୀରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସାଲେପୁର ଥାନା ବହ୍ଲବୀ ଦେବୀ ମହାବିଦ୍ୟାଳୟର +2 ପ୍ରଥମ ବର୍ଷର ଛାତ୍ରୀ ରୋନାଲି ମହାନ୍ତି ।  ୪ ଦିନ ତଳେ ବଡ଼ପଡା ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ ।

{"id":203117,"sizeSlug":"large"}

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟ  ଲୁଣା ନଦୀରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସାଲେପୁର ଥାନା ବହ୍ଲବୀ ଦେବୀ ମହାବିଦ୍ୟାଳୟର +2 ପ୍ରଥମ ବର୍ଷର ଛାତ୍ରୀ ରୋନାଲି ମହାନ୍ତି ।  ନିଶ୍ଚନ୍ତକୋଇଲି ବ୍ଲକ ଫତେପୁର ଗାଁରେ ତାଙ୍କ ଘର । ସେ  ୪ ଦିନ ତଳେ  କଲେଜରୁ ଫେରୁଥିବା ସମୟରେ ବଡ଼ପଡା ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ ।

{"id":203118,"sizeSlug":"large"}

ଆଜି ସକାଳୁ କୁଆଁରପାଳ ଗ୍ରାମର କିଛି ଲୋକ ନଦୀ କୂଳରେ ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ମାର୍ଶାଘାଇ ପୋଲିସ କୁ ଖବର ଦେଇଥିଲେ ।  ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୋଲିସ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.