ପୁଣି ଉଦ୍ଧାର ହେଲେ ୨୧ ଜଣ ଶିଶୁ ଶ୍ରମିକ

Published By : Prameya-News7 Bureau | August 10, 2019 IST

ମାଲକାନଗିରି୧୦|୮: ଦିନକୁ ଦିନ ଶିଶୁ ଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି ।ଏନେଇ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଶ୍ରମ ବିଭାଗ ଓ ଆଦର୍ଶ ଥାନା ପୋଲିସ ମିଳିତ ଭାବେ ଚଢାଉ କରି ୨୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଜିଲ୍ଲାର ଅନେକ ବେସରକାରୀ ଅନୁଷ୍ଠାନ ୧୮ ବର୍ଷରୁ କମ୍ ନାବାଳକଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ସେମାନଙ୍କ ଭବଷ୍ୟତ ସହ ଖେଳୁଛନ୍ତି ।

{"id":142898}

ତେଣୁ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଏହି ଅଭିଯାନ ଜାରି ରହିବ ।ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ଶ୍ରମିକମାନଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା କରାଯିବା ଏଥିସହ ସେମାନଙ୍କ ଥଇଥାନ ପାଇଁ ଶିଶୁ ସୁରକ୍ଷା କମିଟି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.