ଅସୁସ୍ଥ ଅସହାୟଙ୍କୁ ସହାୟତା ପାଇଁ ନିବେଦନ

Published By : Prameya-News7 Bureau | May 12, 2020 IST

ଦେବଗଡ ୧୨।୫: ଦେବଗଡ ସହରରେ ଜଣେ ଅସହାୟ ବ୍ୟକ୍ତି ଗତ କିଛି ଦିନ ହେଲା ଏଣେତେଣେ ଘୁଷୁଡି ଘୁଷୁଡି ବୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଡାହାଣ ଗୋଡଟି ଭାଙ୍ଗି ଯାଇଛି । ତାଙ୍କର ଏଭଳି ଅସହାୟତା ଦେଖି ନ୍ୟୁଜ୍ ସେଭେନ୍ ରଦେବଗଡ ପ୍ରତିନିଧି ପ୍ରଣବ ଗୁରୁ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ ।

ଅସହାୟ ବ୍ୟକ୍ତି ଜଣଙ୍କ ତାଙ୍କ ନାମ ସୟଦ ସଲିମୁଦ୍ଦିନ କହିଛନ୍ତି । ତାଙ୍କ ଘର ଯାଜପୁର ଜିଲ୍ଲାର ହାତିଆ ଗୋପାଳପୁର ବୋଲି କହିଛନ୍ତି । ଏହି ବ୍ୟକ୍ତିଙ୍କୁ ଯଦି କେହି ଜାଣିଛନ୍ତି ତେବେ ନ୍ୟୁଜ୍ ସେଭେନ୍ ସହ ଯୋଗାଯୋଗ କରି ତାଙ୍କୁ ତାଙ୍କ ନିଜ ପରିବାର ପାଖରେ ପହଞ୍ଚିବା ପାଇଁ ସହଯୋଗ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.