Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମେରିକା: ରିପବ୍ଲିକାନ ପାର୍ଟି ପକ୍ଷରୁ ରିକ୍ ମେହେଟା ଜିତିଲେ ପ୍ରାଇମେରୀ ନିର୍ବାଚନ

11/07/2020 at 6:58 PM

ୱାସିଂଟନ: ଉଦ୍ୟୋଗୀ ରିକ୍‌ ମେହେଟା ନ୍ୟୁଜର୍ସି ସିନେଟ୍ ଆସନ ଲାଗି ଅନୁଷ୍ଠିତ ପ୍ରାଇମେରୀ ଇଲେକ୍ସନରେ ବିଜୟୀ ହୋଇଛନ୍ତି। ଫଳରେ ପ୍ରାଇମେରୀ ବିଜେତା ହେବାରେ ମେହେଟା ପ୍ରଥମ ରିପବ୍ଲିକାନ ପାଲଟିଛନ୍ତି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ତାଙ୍କର ମୁକାବିଲା ଡେମୋକ୍ରାଟିକ ପାର୍ଟିର ସିନେଟର କୋରି ବୁକରଙ୍କ ସହ ହେବ।

ମେହେଟା ଜଣେ ଭାରତୀୟ- ଆମେରିକୀୟ। ଏଠାରେ ତାଙ୍କର ମୁକାବିଲା ଅନ୍ୟ ଜଣେ ଭାରତୀୟ ଆମେରିକୀୟ ହର୍ଷ ସିଂହଙ୍କ ସହ ହୋଇଥିଲା। ଆମେରିକାରେ ରିପବ୍ଲିକାନ ପାର୍ଟି ଗ୍ରାଣ୍ଡ ଓଲ୍ଡ ପାର୍ଟି( ଜିଓପି) ଭାବେ ମଧ୍ୟ ଜଣାଶୁଣା।  ପ୍ରାଥମିକ ଫଳାଫଳ ଅନୁସାରେ ଆମେରିକାର ପୂର୍ବତନ ଖାଦ୍ୟ ଏବଂ ଔଷଧ ପ୍ରଶାସନର ଅଧିକାରୀ ମେହେଟା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୩ ହଜାର ୭୪୩ ଭୋଟରେ ପରାସ୍ତ କରିଛନ୍ତି। ଏଥିପାଇଁ ଜୁଲାଇ ୭ ତାରିଖରେ ମତଦାନ ହୋଇଥିଲା।

ତେବେ ନ୍ୟୁଜର୍ସି ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଠି ଦୁଇ ପ୍ରମୁଖ ଦଳ ଅସ୍ୱେତ ଓ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରାର୍ଥୀ କରିଛନ୍ତି। ସେହିପରି ଏବେ ସିନେଟର ଥିବା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କୋରି ବୁକର ମଧ୍ୟ ଆଫ୍ରିକୀୟ ଆମେରିକୀୟ। ଆମେରିକାର ନ୍ୟୁଜର୍ସିରେ ସବୁଠାରୁ ଅଧିକ ଭାରତୀୟ ବସବାସ କରନ୍ତି। ତେବେ ଗତ ୪୮ ବର୍ଷରେ ଏଠାରୁ ଜଣେବି ରିପବ୍ଲିକାନ ପାର୍ଟି ସିନେଟର ନିର୍ବାଚିତ ହୋଇ ନାହାନ୍ତି। ଯଦି ମେହେଟା ନଭେମ୍ବର ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ଏଠାରେ ଡେମୋକ୍ରାଟର ଗଡ ଭାଙ୍ଗିବା ସହ ନୂଆ ରାଜନୈତିକ ଇତିହାସ ସୃଷ୍ଟି କରିବେ।

ନ୍ୟୁଜର୍ସିରେ ୨ଟି ସିନେଟ୍ ସିଟ୍‌ ରହିଛି। ଉଭୟ ଆସନରେ ଏବେ ଡେମୋକ୍ରାଟିକ ପାର୍ଟିର ସାଂସଦ ଅଛନ୍ତି। ଏଥିରେ ଗୋଟିକରେ କେରି ବୁକର ସାଂସଦ ଥିବା ବେଳେ ଅନ୍ୟ ଆସନରୁ ରବର୍ଟ ମେଣ୍ଡେଜ୍‌ ସାଂସଦ ଅଛନ୍ତି। ତେବେ ନ୍ୟୁଜର୍ସିର ଗୋଟିଏ ଆସନ ଦୀର୍ଘବର୍ଷ ପରେ ରିପବ୍ଲିକାନ ହାତକୁ ଯାଉଥିବା ଜନମତରୁ ସ୍ପଷ୍ଟ ହୋଇଯାଇଛି। ସେହିପରି ଡେମୋକ୍ରାଟ ମଧ୍ୟ ସେମାନଙ୍କର ଗୋଟିଏ ସିନିଟର ହରାଉଥିବାର ଜାଣିଗଲେଣି।   

   Related Posts