Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିଆରପି ହେରଫେର ମାମଲା: ରିପ୍ଲବିକ ଟିଭି ସିଇଓଙ୍କୁ ଜେରା କଲା ମୁମ୍ବାଇ ପୋଲିସ, ସମନ ସତ୍ଵେ ହାଜର ହେଲେନି ଅନ୍ୟ ବରିଷ୍ଠ ୫ କର୍ମଚାରୀ

11/10/2020 at 4:54 PM

ମୁମ୍ବାଇ ୧୧।୧୦: ଟେଲିଭିଜନ ରେଟିଂ ପଏଣ୍ଟ(ଟିଆରପି)ହେରଫେର ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଜେରା ପାଇଁ ସମନ ଜାରି କରିଛି। ଖାନଚନ୍ଦାନରି ରବିବାର ସକାଳେ ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ହାଜର ହୋଇଥିଲେ। ତା ପରେ ତାଙ୍କୁ ଆରମ୍ଭ ହୋଇଥିଲା ଜେରା।

ଏହା ପୂର୍ବରୁ ଶନିବାର ରିପବ୍ଲିକ ଟିଭିର ସିଓଓ ହର୍ଷ ଭଣ୍ଡାରୀ ଏବଂ ପ୍ରିୟା ମୁଖାର୍ଜୀ, ଚ୍ୟାନେଲର ବିତରଣ ମୁଖ୍ୟ ଘନଶ୍ୟାମ ସିଂହ, ହଂସା ରିସର୍ଚ୍ଚ ଗ୍ରୁପର ସିଇଓ ପ୍ରବୀଣ ନିଜହରା ଏବଂ ଅନ୍ୟ କର୍ମଚାରୀଙ୍କୁ ଟିଆରପି ହେଲଫେର ମାମଲାରେ ପଚରାଉଚୁରା ପାଇଁ ସମନ ପଠାଯାଇଥିଲା। ସମସ୍ତଙ୍କୁ ରବିବାର ସକାଳ ୯ଟାରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କହ

ଟିପବ୍ଲିକ ଟିଭିର ସଂପାଦକୀୟ ମୁଖ୍ୟ ଅର୍ଣ୍ଣବ ଗୋସ୍ଵାମୀ ଚ୍ୟାନେଲ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଚ୍ୟାନେଲର ନାଁ ଏଫଆଇଆରରେ ଉଲ୍ଲେଖ ନାହିଁ। ଏହି ବାବଦରେ ଶୁକ୍ରବାର ଚ୍ୟାନେଲର ଓ୍ଵେବ୍‌ସାଇଟ୍‌ରେ ଏକ ସନ୍ଦେଶ ଜାରି କରାଯାଇଥିଲା। ଏଥିରେ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଥିଲା ଯେ, ସୁଶାନ୍ତ ସିଂହ ରାଜପୁତ ମାମଲାରେ କଭରେଜ ପାଇଁ ରିପବ୍ଲିକ ଟିଭିକୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି। ଚ୍ୟାନେଲ ଏବେ ମୁମ୍ବାଇ ପୋଲିସ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିବ।

ମୁମ୍ବାଇ ପୋଲିସର ଅଧିକାରୀ କହିଛନ୍ତି, ଚ୍ୟାନେଲର ବିତରଣ ମୁଖ୍ୟ ଘନଶ୍ୟାମ ସିଂହଙ୍କୁ ଅକ୍ଟୋବର ୯ରେ ସମନ ଜାରି କରିବା ପରେ ଦ୍ଵିତୀୟ ଥର ତଲବ କରାଯାଇଥିଲା। ଅନ୍ୟପକ୍ଷେ ସିଂହ ନିଜ ଜବାବରେ କହିଥିଲେ ଯେ, ସେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ସହର ବାହାରେ ଥିବେ। ଏବେ କ୍ରାଇମ ବ୍ରାଞ୍ଚ ଦ୍ଵାରା ଅକ୍ଟୋବର ୧୧ ସକାଳ ୯ଟାରେ ଦ୍ଵିତୀୟ ସମନ  ଜାରି କରାଯାଇଛି।

ଏହା ପୂର୍ବରୁ ରିପବ୍ଲିକ ଟିଭିର ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ) ଶିବା ସୁନ୍ଦରମ ମୁମ୍ବାଇ ପୋଲିସକୁ ଚିଠି ଲେଖି ଜଣାଇଛନ୍ତି ଯେ, ସେ ଅକ୍ଟୋବର ୧୪-୧୫ରେ ତଦନ୍ତରେ ସାମିଲ ହେବା ପାଇଁ ଉପଲବ୍ଧ  ରହିବେ। ତେଣୁ ରିଟ୍ ଯାଚିକା ପର୍ଯ୍ୟନ୍ତ ତଦନ୍ତ ଆଗକୁ ବଢାନ୍ତୁ ନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି କରିଛନ୍ତି।

ସୁନ୍ଦରମ ଏହା ମଧ୍ୟ ଲେଖିଛନ୍ତି ୨୦୨୦ ଅକ୍ଟୋବର ୯ରେ ଆପଣଙ୍କ ଦ୍ଵାରା ଜାରି ସମନ ବିଷୟରେ ଉଲ୍ଲେଖ କରାଯାଇଛି। ମୋତେ ଏଫଆଇଆରରେ ଆପଣଙ୍କ ଯାଞ୍ଚ ଉଦ୍ଦେଶ୍ୟରେ ୨୦୨୦ ଅକ୍ଟୋବର ୧୦ ରାତି ୧୧ଟାରେ ଆପଣଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ମୁଁ ଉକ୍ତ ଯାଞ୍ଚରେ ସହଯୋଗ କରିବାକୁ ନିଜର ପ୍ରତିବଦ୍ଧତା ଜଣାଉଛି। ମୁଁ ମୁମ୍ବାଇ ପୋଲିସକୁ ସୁପ୍ରିମକୋର୍ଟରେ ଦାଖଲ ରିଟ୍ ଯାଚିକାର ଶୁଣାଣି ପର୍ଯ୍ୟନ୍ତ ଯାଞ୍ଚ ରୋକିବାକୁ ଅନୁରୋଧ କରୁଛି।

   Related Posts