Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ଭାରତ ସାଙ୍ଗରେ ଅଛୁ କହିଲା କାଜାଖସ୍ତାନ

17/02/2019 at 12:17 PM

ନୂଆଦିଲ୍ଲୀ ୧୭|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫ୍ ଯବାନମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ବିଶ୍ବ ଭାରତ ସପକ୍ଷରେ ରହିଛନ୍ତି । ରିପବ୍ଲିକ ଅଫ୍ କାଜାଖସ୍ତାନ ମଧ୍ୟ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର କଡା ନିନ୍ଦା କରିଛି । କାଜାଖସ୍ତାନ କହିଛି ଯେ, ବିଶ୍ବ ସମୂହ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉ । କାଜାଖସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଶ୍ବ ସମୂହର ପ୍ରମୁଖ କାମ । ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତୀୟଙ୍କ ସହ ରହିଛି କାଜାଖସ୍ତାନ । ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ଏବଂ ସଂପର୍କୀୟଙ୍କ ପ୍ରତି ସମବେଦନା ଜଣାଇଛି କାଜଖସ୍ତାନ ।

ଏହା ପୂର୍ବରୁ ମୁସଲିମ୍ ଦେଶ ଇରାନ ମଧ୍ୟ କହିଥିଲା ଯେ, ପାକିସ୍ତାନର ସୁରକ୍ଷାବାହିନୀ ଆତ୍ମଘାତୀମାନଙ୍କୁ ନିଜ ଦେଶରେ ସ୍ଥାନ ଦେବାର କାମ କରିଥାନ୍ତି । ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସ ଟ୍ବିଟ୍ କରି କହିଥିଲା ଯେ, ଇରାନୀ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ବହରାମ କାସେମି ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ନିନ୍ଦା କରିଥିଲେ । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିବାବେଳେ ୪୦ଜଣ ଆହତ ମଧ୍ୟ ହୋଇଛନ୍ତି ।

ସମସ୍ତ ଏସୀୟ ଦେଶ ବ୍ୟତୀତ ଆମେରିକା, ରୁଶ, ବ୍ରିଟେନ୍, ଫ୍ରାନ୍ସ, ବାଂଲାଦେଶ ସହ କେତେକ ବଡ ଦେଶ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଜର ସମର୍ଥନ ଜଣାଇଛନ୍ତି।

   Related Posts