ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବନି ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨।୧:  ରାଜପଥରେ ଆଗାମୀ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବନି ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ। ଏନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରଜ୍ଞାପନ ମେଢ ପ୍ରସ୍ତାବ ୨ ଥର ବିଶେଷଜ୍ଞ ସମିତିକୁ ପ୍ରଦାନ କରାଯାଇଥିଲା। ତେବେ ଦ୍ୱିତୀୟ ବୈଠକରେ ପ୍ରସ୍ତାବର ବିସ୍ତୃତ ଆଲୋଚନା ପରେ ଏହାକୁ ବାତିଲ କରିଦିଆଯାଇଛି।

{"id":205859,"sizeSlug":"large"}

ଗତ ୨୦୧୮ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବି ପଶ୍ଚିମବଙ୍ଗର ପ୍ରଜ୍ଞାପନମେଢ ସାମିଲ ହୋଇନଥିଲା। ଚଳିତବର୍ଷ ଏଥିଲାଗି ବିଭିନ୍ନ ରାଜ୍ୟ ସରକାରଙ୍କର ୫୬ଟି ପ୍ରସ୍ତାବ ମିଳିଥିଲା। ତେବେ ଏଥିରୁ ୨୨ଟିକୁ ମନୋନୟନ କରାଯାଇଛି। ଚଳିତବର୍ଷ ଜନରାଜ୍ୟ ଦିବସ ସମାରୋହରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବଲସୋନାରୋ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଛନ୍ତି।

{"id":205860,"sizeSlug":"large"}

ମନ୍ତ୍ରାଳୟ ଅନୁସାରେ ବେଙ୍ଗଲର ପ୍ରଜ୍ଞାପନ ମେଢକୁ ପ୍ରଥମେ ପରେଡ୍ ପ୍ରକ୍ରିୟା ଅନୁସାରେ ମନୋନୟନ କରାଯାଇଥିଲା। ତେବେ ଏହି ସବୁ ପ୍ରଜ୍ଞାପାନ ମେଢର ଚୟନ ନିମନ୍ତେ ଗଠିତ ବିଶେଷଜ୍ଞ ସମିତି ୫ଟି ପର୍ଯ୍ୟାୟରେ ଏହି ସବୁ ପ୍ରସ୍ତାବର ସମୀକ୍ଷା କରିବା ପରେ ସେଥିରୁ ମାତ୍ର ୨୨ଟିକୁ ମନୋନୀତ କରିଛନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗ ସମେତ ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ ଭାଗ ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.