କୋଭିଡ-୧୯ କଟକଣାରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଦିବସ ପରେଡ, ଗତବର୍ଷମାନଙ୍କଠାରୁ ହେବ ସମ୍ପୂର୍ଣ୍ଣ ଭିନ୍ନ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୧:  ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀ ରାଜପଥରେ ଧୁମଧାମରେ ପାଳିତ ହେବ। ତେବେ କୋଭିଡ-୧୯ ମହାମାରୀ ଲାଗି ସମ୍ପୂର୍ଣ୍ଣ ସରକାରୀ କଟକଣା ମଧ୍ୟରେ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ଚୂଡାନ୍ତ ରିହର୍ସେଲ ଶେଷ ହୋଇଛି।

{"id":397716,"sizeSlug":"large","linkDestination":"none"}

ମାସ୍କ ପିନ୍ଧି ପରେଡ କରିବେ ସୈନିକ
ସାଧାରଣତନ୍ତ୍ର ଦିବସରେ ଭାରତୀୟ ସେନା ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବେ। ତେବେ ଏଥରର କାର୍ଯ୍ୟକ୍ରମ ସାମାନ୍ୟ ଅଲଗା ହେବ। ପରେଡରେ ଅଂଶଗ୍ରହଣ କରୁଥିବା ସୈନିକମାନେ ମାସ୍କରେ ନଜର ଆସିବେ। ସେହିପରି ଏଥର ସାଧାରଣତନ୍ତ୍ର ଉତ୍ସବରେ କେହି ମୁଖ୍ୟ ଅତିଥି ହେବେନାହିଁ। ଏହା ଛଡା ସମସ୍ତଙ୍କ ନଜର ବାୟୁସେନାରେ ନୂଆକରି ସାମିଲ ହୋଇଥିଲା ରାଫେଲ ଯୁଦ୍ଧବିମାନ ଉପରେ ରହିବ।

{"id":397717,"sizeSlug":"large","linkDestination":"none"}

ରାଜପଥରେ ଚାଲିବ ସିଲକା
ଏଥର ସାଧାରଣତନ୍ତ୍ର ଦିବସର ଅନ୍ୟତମ ଆକର୍ଷଣ ହେବ ଆଣ୍ଟି ଏୟାରକ୍ରାଫ୍ଟ ଗନ୍‌ ସିଲକା। ଦିଲ୍ଲୀ ରାଜପଥରେ ଲୋକେ ସିଲକାର ଅପଗ୍ରେଡ ଭର୍ସନ ଦେଖିବାକୁ ପାଇବେ। ସେହିପରି ବିହାରର ମହିଳା ଫାଇଟର ପାଇଲଟ ଭାବନା କଣ୍ଠ ଏଥର ପରେଡରେ ସାମିଲ ହେବେ। ୨୦୧୮ରେ ଭାବନା ଫାଇଟର ପାଇଲଟ ଭାବେ ଏୟାରଫୋର୍ସରେ ନିଯୁକ୍ତ ହୋଇଥିଲେ।

{"id":397719,"width":579,"height":467,"sizeSlug":"large","linkDestination":"none"}

‘ଭର୍ଟିକାଲ ଚାର୍ଲି’ ପ୍ରଦର୍ଶନ କରିବ ରାଫେଲ
ସାଧାରଣତନ୍ତ୍ର ଦିବସ ପରେଡରେ ଚଳିତବର୍ଷ ଭାରତୀୟ ବାୟୁସେନାର ୪୨ଟି ଯୁଦ୍ଧବିମାନ ସାମିଲ ହୋଇଛନ୍ତି। ଏଥିରେ ଭିଣ୍ଟେଜ ଯୁଦ୍ଧବିମାନ ମଧ୍ୟ ଦିଲ୍ଲୀ ରାଜପଥ ଉପରେ ଉଡିବ। ତଥାପି ସମସ୍ତଙ୍କ ନଜର ରାଫେଲ ଉପରେ ରହିବ। ରାଫେଲ ସ୍କ୍ୱାଡ୍ରନ ଦିଲ୍ଲୀ ରାଜପଥରେ ‘ଭର୍ଟିକାଲ ଚାର୍ଲି’ କଳାବାଜୀ ପ୍ରଦର୍ଶନ କରିବେ।

{"id":397720,"sizeSlug":"large","linkDestination":"none"}

ବାଂଲାଦେଶ ସୈନିକ ହେବେ ସାମିଲ
ପରେଡରେ ବାଂଲାଦେଶ ସୈନିକ ମଧ୍ୟ ଅଂଶ ଗ୍ରହଣ କରିବେ। ବାଂଲାଦେଶ ମୁକ୍ତି ଆନ୍ଦୋଳନର ୫୦ତମ ବର୍ଷିକ ପାଳନ କରୁଛି। ଭାରତ ସହଯୋଗରେ ବାଂଲାଦେଶ ନୂଆ ଦେଶର ମାନ୍ୟତା ପାଇଥିଲା। ଏହା ସହ ବାଂଲାଦେଶ ନିଜ ସୀମା ସୁରକ୍ଷା ଲାଗି ସେନାବାହିନୀ ମଧ୍ୟ ଗଠନ କରିଥିଲା। ବର୍ଷକୁ ସ୍ମରଣୀୟ କରିବା ଲାଗି ବାଂଲାଦେଶ ସୈନ୍ୟ ବାହିନୀର ବିଭିନ୍ନ ଶାଖାରୁ ୧୨୨ ଜଣ ସୈନିକ ରାଜପଥରେ ପରେଡ କରିବେ।

{"id":397721,"sizeSlug":"large","linkDestination":"none"}

କମିବ ଦର୍ଶକଙ୍କ ସଂଖ୍ୟା
ପ୍ରତିବର୍ଷ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାକୁ ଦେଶ ଓ ବିଦେଶରୁ ଅନୁନ୍ୟ ଦେଢଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏଥିଲାଗି ଟିକେଟ୍‌ ବିକ୍ରି ହୁଏ। ତେବେ ଏଥର ସେପରି କିଛି ହେବନି। କୋଭିଡ କଟକଣାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଲାଗି ମାତ୍ର ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ସେହିପରି କେହିବି ଦର୍ଶକ ଛିଡା ହୋଇ ପରେଡ ଦେଖିବାକୁ ଅନୁମତି ମିଳିବ ନାହିଁ। ପରିଦର୍ଶନ ସ୍ଥଳକୁ ମାସ୍କ ଓ ହ୍ୟାଣ୍ଡସାନିଟାଇଜର ବାଧ୍ୟତାମୂଳକ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.