ଗଣତନ୍ତ୍ର ଦିବସ ପରେଡ୍ : ରାଜପଥରେ ଦମ୍ ଦେଖାଇଲେ ୩ ସେନା, ସାରା ବିଶ୍ୱ ଦେଖୁଛି ଭାରତର ଶକ୍ତି

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ, ୨୬/୦୧:  କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ନୂଆଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ ହୋଇଛି । ସାରା ବିଶ୍ୱ ଭାରତର ଶକ୍ତି, ସଂସ୍କୃତି ଓ ପରମ୍ପରାର ଝଲକ ଦେଖୁଛି ।

ଚଳିତ ବର୍ଷର ପରେଡରେ ସେନା ପ୍ରଥମ ଥର ପାଇଁ ଲଢୁଆ ବିମାନ ରାଫେଲ ଉଡାଣ ଭରିଛି । ଏହାସହ ଟି ୯୦ ଟ୍ୟାଙ୍କ୍, ରାମବିଜୟ ଇଲୋକ୍ଟ୍ରୋନିକ୍ସ ଯୁଦ୍ଧକ ପ୍ରଣାଳୀ, ସୁଖୋଇ-୩୦, ଏମକେ ଲଢୁଆ ବିମାନ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି ସେନା ।

୧୪୦ ଏୟାର ଡିଫେନ୍ସ ରେଜିମେଣ୍ଟର କ୍ୟାପ୍ଟେନ୍ ପ୍ରୀତି ଚୈଧରୀ ଅପଗ୍ରେଡେଡ୍ ଶିଳକା ଓ୍ୱେପନ୍ ସିଷ୍ଟମକୁ ପ୍ରଦର୍ଶନ କରିଛନ୍ତି । ସେହିପରି ଭାରତୀୟ ନୌସେନା ୧୯୭୧ ଡିସେମ୍ବର୪ ଓ ୫ରେ କରାଚୀ ବନ୍ଦର ଉପରେ କରିଥିବା ଆକ୍ରମଣର ଝଲକ ଦେଖାଇଛି । ଏହାସହ ଆଇଏନଏସ ବିକ୍ରାନ୍ତ ଓ ଅଲାଇଜ୍ ଏୟାରକ୍ରାଫ୍ଟର ଫ୍ଲାଇଂ ଅପରେସନକୁ ପ୍ରଦର୍ଶିତ କରାଯାଇଛି ।

ବାୟୁସେନା ପକ୍ଷରୁ ଲଢୁଆ ବିମାନ ଏସୟୁ-୩୦କୁ ପରେଡରେ ସାମିଲ କରାଯାଇଛି । ଏହି ପରେଡରେ ମହିଳା ପାଇଲଟ ମଧ୍ୟ ଉପସ୍ଥିତ ଥିଲେ । ଏତତ୍ ବ୍ୟତୀତ ସ୍ଥଳ ସେନା ପକ୍ଷରୁ ଓଟରେ ପରେଡ୍ ହୋଇଛି । ସେହିପରି ଡିଆରଡିଓ ମଧ୍ୟ ନିଜର ଅସ୍ତ୍ରଶସ୍ତ୍ରର ଝଲକ ଦେଖାଇଛି । ଏନସିସି ପକ୍ଷରୁ  ମାର୍ଚ୍ଚ ପାଷ୍ଟ୍ କରାଯାଇଛି । ଏତତ୍ ବ୍ୟତୀତ ଅନେକ ରାଜ୍ୟ ସେମାନଙ୍କ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.