ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26/01/2021 at 3:07 PM

ଆଠଗଡ,୨୬/୦୧: ଆଜି ସାରା ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ଆଠଗଡ଼ ମହୋତ୍ସବ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
କରୋନା କଟକଣା ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ଉପଜିଲ୍ଲାପାଳ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସକାଳ ୮ ଟା୪୫ ମିନିଟ ସମୟରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତିଙ୍କ ଦ୍ୱାରା ଆଠଗଡ଼ ମହୋତ୍ସବ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ପୋଲିସ ବାହିନୀ ଦ୍ୱାରା ପ୍ରଦତ୍ତ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଅଜାମ୍ବର ମହନ୍ତି ତାଙ୍କ ଭାଷଣରେ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସହିତ ମହାନ ପୁରୁଷ ଓ ସହିଦମାନଙ୍କ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କୋଭିଡ ଯୁଦ୍ଧରେ ନିଜର ନିଃସ୍ୱାର୍ଥପର ସେବା କରି ଆଜି ଓଡିଶାକୁ ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପ୍ରଦାନ କରିଥିବା କରୋନା ଯୋଦ୍ଧା ଯଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ପାନୀୟଜଳ ଯୋଗାଣକାରୀ,ଅଗ୍ନିଶମ କର୍ମଚାରୀ,ପୋଲିସ କର୍ମଚାରୀ,ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ପରିମଳ ଓ ସଫେଇ କର୍ମଚାରୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ କରୋନା ଯୋଦ୍ଧା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀମାନକୁ ସମ୍ବୋଧିତ କରାଯାଇଥିଲା । ସେହିପରି ଅବସପ୍ରାପ୍ତ ସୈନିକ ତଥା ଯୁବ ସଂଗଠନ ଅଭୟ ବାରିକ୍ ଏକ ବିରାଟ ତ୍ରିରଙ୍ଗା ପତାକା ଧରି ଆଠଗଡ଼ ସହର ପରିକ୍ରମା କରିଥିଲେ ।