Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀ ସମେତ ସାରାଦେଶରେ କଡା ସୁରକ୍ଷା ବ୍ୟବସ୍ଥା

26/01/2021 at 7:33 AM

ନୂଆଦିଲ୍ଲୀ ୨୬।୦୧: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ଏଥର ସାଧାରଣତନ୍ତ ଦିବସ ପରେଡ ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯିବ । ସେହିପରି ଚଳିତ ବର୍ଷରେ ଅନେକ କିଛି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି।

ସାଧାରଣତନ୍ତ ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନିକମାନେ ଭାରତୀୟ ସୈନ୍ୟଙ୍କ ସହ ମିଶି କଦମତାଲ କରିବେ । ରାଫେଲ ଯୁଦ୍ଧ ବିମାନ ଫ୍ଲାଇପାଷ୍ଟ କରିବ। ପ୍ରଥମ ଥର ଲଦାଖର ଏକ ପ୍ରଜ୍ଞାପନ ମେଢ ଆଜି ପରେଡରେ ସାମିଲ ହେବ। ସେହିପରି ପ୍ରଥମ ଥର ମହିଳା ଫାଇଟର ପାଇଲଟ ପରେଡରେ ଯୋଗ ଦେବେ।

ସାଧାରଣନ୍ତ୍ର ଦିବସ ଅବସରରେ ଚତୁର୍ଥ ଥର ପାଇଁ ଏଥର କୌଣସି ମୁଖ୍ଯ ଅତିଥି ରହିବେନି। ଏଥର ମୋଟର ସାଇକେଲ ଷ୍ଟଣ୍ଟ ଦେଖିବାକୁ ମିଳିବିନି। ମହାମାରୀ ସମୟରେ ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡକୁ ଦୁରତାକୁ କମାଇ ଦିଆଯାଇଛି । ୨୫ ହଜାର ଦର୍ଶକ ଏଥର ପରେଡକୁ ଦେଖିବେ।ପରେଡରେ ଡିଆରଡିଓ ପକ୍ଷରୁ ଏଲସିଏ ଏବଂ ଏଟିଜିଏମର ଦୁଇଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ ।

   Related Posts