ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ, ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି

Published By : Prameya-News7 Bureau | January 26, 2021 IST

ଭୁବନେଶ୍ୱର ୨୬।୦୧:  ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଜ୍ୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ସରିଛି । ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ । ମାନ୍ୟବର ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।

{"id":398532,"sizeSlug":"large","linkDestination":"none"}

ତେବେ କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା। ସକାଳ ୬.୩୦ରୁ ଦିନ୯ଟା ପର୍ଯ୍ୟନ୍ତ ଲୋୟର ପିଏମ୍ ଜିରେ ୧୪୪ ଧାରା ଜାରି କରାଯାଇଛି । ସେହିପରି କଟକ ବାରବାଟୀ ଷ୍ଟାଡିଯମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାରବାଟୀ ଷ୍ଟାଡିଯମକୁ ସାଧାରଣଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ ହେବେନି । ମାତ୍ର ଦୁଇଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେବେ । ପୋଲିସ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ପରିବେଷଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.