ଭଦ୍ରକରେ ସାଧାରଣତନ୍ତ୍ର ଦିବସ ପାଳନ, କରୋନା ଯୋଦ୍ଧା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

Published By : Prameya-News7 Bureau | January 26, 2021 IST

ଭଦ୍ରକ ୨୬।୦୧:  ଆଜି ସାରା ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିଛନ୍ତି ।

{"id":398579,"sizeSlug":"large","linkDestination":"none"}

କୋଭିଡ କଟକଣା ପାଇଁ କେବଳ ଭଦ୍ରକ ପୋଲିସ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟ ସମସ୍ତ ପ୍ୟାରେଡ ଦଳକୁ ବାରଣ କରାଯାଇଛି । ସେହିପରି ଷ୍ଟାଡିୟମ ପରିସରକୁ ସାଧାରଣ ଜନତା ଙ୍କୁ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ , ପ୍ରଜ୍ଞାପନ ମେଢ ଏବଂ ଶୋଭାଯାତ୍ରା ଉପରେ କଟକଣା ରହିଛି । ଶେଷରେ କରୋନା ଯୋଦ୍ଧା ଓ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.