ଜାମ୍ମୁକାଶ୍ମୀରରୁ ଯବାନଙ୍କୁ ଅପହରଣ ଘଟଣା ଗୁଜବ: ପ୍ରତିରକ୍ଷା ମନ୍ତ୍ରଣାଳୟ

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯|୩ : ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଅପହରଣ ଘଟଣା ଗୁଜବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇ କହିଛି ଯେ, ସେ ନିରାପଦ ଅଛନ୍ତି। ଯବାନଙ୍କୁ ଅପହରଣ କରା ଯାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାହା ଭୁଲ୍‌। ସେ ସଂକ୍ରାନ୍ତ କଳ୍ପନାଜଳ୍ପନା କରନ୍ତୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଜମ୍ମୁ-କାଶ୍ମୀର ବଡ଼ଗାମ୍‌ ଜିଲ୍ଲାର ଯବାନ ମହମ୍ମଦ ୟାସିନ୍‌ ଅପହରଣ ହୋଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା । ମହମ୍ମଦ ସେନାର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ କାର୍ଯ୍ୟରତ ଥିଲେ । ଫେବୃଆରୀ ୨୬ରୁ ମାର୍ଚ୍ଚ ୩୧ ଯାଏଁ ସେ ଛୁଟିରେ ଆସିଥିଲେ । ଗତ ରାତିରେ କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅପହରଣ କରିଥିବା ସୂଚନା ମିଳିଥିଲା । ତେବେ ସେ ସୁରକ୍ଷିତ ଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.