Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ରାହୁଲ ଗାନ୍ଧୀଙ୍କ ରୋଡ଼ ଶୋ’ ବେଳେ ଟ୍ରକରୁ ଗଳି ପଡିଲେ ସାମ୍ବାଦିକ : ସାମ୍ବାଦିକଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଗଲେ ରାହୁଲ

4/04/2019 at 2:48 PM

ୱାୟାନାଡ଼ ୪/୪ : କେରଳ ୱାୟାନାଡ଼ରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାମାଙ୍କନ ପତ୍ର ଦାଖଲ କରିସାରିବା ପରେ ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ ରୋଡ଼ ଶୋ’ କରିଥିଲେ | ରୋଡ଼ ଶୋ’ ବେଳେ ରାହୁଲଙ୍କ ରାଲିକୁ କଭର କରୁଥିବା ଜଣେ ସାମ୍ବାଦିକ ଦୁର୍ଘଟଣାର ଶୀକାର ହୋଇଥିଲେ |


ରାହୁଲ ଗାନ୍ଧୀଙ୍କ ରୋଡ଼ ଶୋ’ରେ ବହୁତ ଭିଡ ହୋଇଥିଲା | କିଛି ସାମ୍ବାଦିକ ଏକ ଟ୍ରକ ଉପରେ ଛିଡା ହୋଇ ରାଲି କଭର କରୁଥିଲେ | ସେତେବେଳେ ଟ୍ରକରେ ଲାଗିଥିବା ବ୍ୟାରିକେଡ଼ ଭାଙ୍ଗି ଯାଇଥିଲା | ବ୍ୟାରିକେଡ଼ ଭାଙ୍ଗି ଯିବାରୁ କିଛି ସାମ୍ବାଦିକ ତଳେ ପଡିଯାଇଥିଲେ ଏବଂ ଆହତ ହୋଇଥିଲେ | ପ୍ରିୟଙ୍କା ଏହା ଦେଖି ରାହୁଲଙ୍କୁ କହିଥିଲେ | ସାମ୍ବାଦିକ ପଡ଼ିଯାଇଥିବା ଶୁଣି ରାହୁଲ ତୁରନ୍ତ ରାଲିକୁ ଅଟକାଇ ଦେଇଥିଲେ ଏବଂ ସାମ୍ବାଦିକଙ୍କ ପାଖକୁ ଯାଇଥିଲେ |


ରାହୁଲ ସାମ୍ବାଦିକଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯାଇଥିଲେ | ଆଉ କିଛି ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ | ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |


ଏହା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ଜଣେ ସାମ୍ବାଦିକ ରାହୁଲ ଗାନ୍ଧୀ ଗସ୍ତର ଲାଇଭ କଭର କଲାବେଳେ ପଡିଯାଇଥିଲେ | ତାଙ୍କୁ ମଧ୍ୟ ରାହୁଲ ନିଜେ ଉଠାଇଦେଇଥିଲେ | ତେବେ ସାମ୍ବାଦିକ ଜଣକ ଆହତ ହୋଇନଥିଲେ |

   Related Posts