ଦେଶରେ ପ୍ରତିଦିନ ଲୁଟ ହେଉଛି ୩ଟି ଏଟିଏମ : ପ୍ରତିବର୍ଷ ହେଉଛି ଏତିକି କୋଟି ଟଙ୍କା କ୍ଷତି

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭/୦୩ : ଦେଶରେ ପ୍ରତିଦିନ କେଉଁଠି ନାଁ କେଉଁଠି ଏଟିଏମ ଲୁଟ ଘଟଣା ଶୁଣିବାକୁ ମିଳୁଛି | ବିଭିନ୍ନ ଗାଁ ଓ ସହରରେ ଦୁର୍ବୁର୍ତ୍ତମାନେ ଏଟିଏମ ଲୁଟି ନେଉଛନ୍ତି | ଯେଉଁଥିପାଇଁ ସରକାରଙ୍କୁ କୋଟି କୋଟି ତାଙ୍କ କ୍ଷତି ସହିବାକୁ ପଡୁଛି | ଏଟିଏମ ଲୁଟ ବର୍ତ୍ତମାନ ଦୁର୍ବୁର୍ତ୍ତଙ୍କ ସଫ୍ଟ ଟାର୍ଗେଟ | ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଦେଶରେ ୩ଟି ଏଟିଏମ ଲୁଟାଯାଉଛି | ଏଥିପାଇଁ ବର୍ଷକୁ କୋଟି କୋଟି ଟଙ୍କା କ୍ଷତି ହେଉଛି | ଏନେଇ ଅର୍ଥନୈତିକ ସେବା ବିଭାଗ ଏକ ରିପୋର୍ଟ ଜାରି କରିଛନ୍ତି | ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଏଟିଏମରୁ ପାଖାପାଖି ୫୦ ରୁ ୬୦ କୋଟି ଟଙ୍କା ଲୁଟ ହେଉଛି | ଭାରତୀୟ ରିସର୍ଭ ବ୍ୟାଙ୍କ ସମସ୍ତ ଏଟିଏମର ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ବ୍ୟାଙ୍କଗୁଡିକୁ ଗତ ଜାନୁଆରୀ ମାସରେ ନିର୍ଦେଶ ଦେଇଥିଲା |

ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୯୦୦ରୁ ଅଧିକ ଏଟିଏମ ଲୁଟ ହେଉଛି | ୨୦୧୬-୧୭ ମସିହାରେ ୯୯୬ ଏଟିଏମରୁ ୬୫ ଲକ୍ଷ, ୨୦୧୭-୧୮ ମସିହାରେ ୯୨୭ ଏଟିଏମରୁ ୪୪ ଲକ୍ଷ, ୨୦୧୮-୧୯ ମସିହାରେ ୧୩୦୨ ଏଟିଏମରୁ ୬୮ ଲକ୍ଷ ଏବଂ ୨୦୧୯-୨୦ ମସିହାରେ ଏଯାଏଁ ୧୦୯୨ ଏଟିଏମରୁ ୫୪ ଲକ୍ଷ ଟଙ୍କା ଲୁଟ ହୋଇସାରିଛି |

ନିକଟରେ ଜୟପୁରରେ ଏକ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି | ଏହି ଗ୍ୟାଙ୍ଗ ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଅନେକ ଏଟିଏମ ଲୁଟିଛନ୍ତି | ଜୟପୁର ପୋଲିସ ଟିମ ଦିଲ୍ଲୀ, ଗୁରୁଃଗ୍ରାମ, ମଲ୍ଲଡ଼ ଅଞ୍ଚଳରୁ ଅନେକ ଲୁଟେରାଙ୍କୁ ଗିରଫ କରିଛି |

ଏମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏଟିଏମ କାଟିବାରେ ଏକ୍ସପର୍ଟ | ଏମାନେ ଭଲ ଭାବେ ଜାଣିଥାନ୍ତି ଯେ, ଏଟିଏମରେ ବ୍ୟବହୃତ ହେଉଥିବା ଲୁହା କେତେ ମୋଟା ଏବଂ ତାକୁ କେତେ ସମୟ ମଧ୍ୟରେ କାଟିବାକୁ ପଡିଥାଏ | କଟର ଅଧିକ ଗରମ ହେଲେ ଏଟିଏମ ଭିତରେ ଥିବା ପ୍ଲାଷ୍ଟିକ ଟ୍ରେରେ ଥିବା ଟଙ୍କା ପୋଡି ଯାଇଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.