ଭାରତରେ TikTok ବ୍ୟାନ୍ ପରେ ୬ ଆରବ ଡଲାରର କ୍ଷତି ସହିବ କମ୍ପାନୀ

Published By : Prameya-News7 Bureau | July 04, 2020 IST

ବେଜିଂ ୪।୭: ଭିଡିଓ ସୋସିଆଲ ମିଡିଆ ଆପ୍ ଟିକଟକ ଭାରତରେ ବ୍ୟାନ୍ ହେବା ପରେ ବାଇଟଡାନ୍ସ ଲିମିଟେଡ୍ କୁ ୬ ଅରବ ବିଲିୟନ ଡଲାରରୁ ଅଧିକ କ୍ଷତି ହେବ ବୋଲି ଆକଳନ କରାଯାଇଛି । ଟିକଟକ ବ୍ୟତୀତ କମ୍ପାନୀର ଅନ୍ୟ ଦୁଇଟି ଆପ୍ ଭିଗୋ ଭିଡିଓ ଏବଂ ହାଲୋକୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ସୋମବାର ଦିନ ଚୀନ୍‌ର ମୋଟ୍ ୫୯ଟି ଆପ୍ କୁ ବ୍ୟାନ୍ କରିଛନ୍ତି । ଏଥିରେ ଟିକଟକ, ୱେଗୋ ଭିଡିଓ, ହେଲୋ, ୟୁସି ବ୍ରାଉଜର, ୟୁସି ନ୍ୟୁଜ୍, ଓ୍ବିଚାଟ୍ ଏବଂ ସେୟାର ଚ୍ୟାଟ୍ ଭଳି ଲୋକପ୍ରିୟ ଆପ୍ ସାମିଲ ରହିଛି ।

ଦେଶର ସାର୍ବଭୌମତ୍ବ ତଥା ଅଖଣ୍ଡତା ତଥା ତଥ୍ୟ ସୁରକ୍ଷା ପ୍ରତି ବିପଦ ଥିବାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ଆପକୁ ବନ୍ଦ କରି ଦେଇଛନ୍ତି । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଲଦାଖର ଗାଲଭାନ୍ ଘାଟିରେ ୧୫ ଜୁନ୍ ରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ବିବାଦ ସହ ଯୋଡାଯାଉଛି । ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଚୀନର କାଇଶିନ ଗ୍ଲୋବାଲ ଡଟ୍ କମ୍ ବାଇଟଡାନ୍ସର ଜଣେ ବରିଷ୍ଠ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ କହିଛି ଯେ ୬ ଅରବ ଡଲାରର ଏହି କ୍ଷତି ଭାରତ ଦ୍ବାରା ବ୍ୟାନ୍ ଲଗାଯାଇଥିବା ଅନ୍ୟ ଚାଇନିଜ୍ ଆପ୍ ତୁଳନାରେ ଅଧିକ ହେବାର ସମ୍ଭାବନା ରହିଛି ।

ବାଇଟଡାନ୍ସ ଚୀନ୍ ର ଏକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କମ୍ପାନୀ । ଡାଟା ସୁରକ୍ଷା କାରଣରୁ ଭାରତ ବ୍ୟତୀତ ଏହାକୁ ଅନ୍ୟ କେତେକ ଦେଶରେ ସ୍ଥାନୀୟ ସରକାରଙ୍କ ବିରୋଧର ସମ୍ମୁଖୀନ ହୋଇଛି । ଏହି ରିପୋର୍ଟରେ ଭାରତର ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ କୁ ଅପ୍ରତ୍ୟାଶିତ କୁହାଯାଉଛି । ଏହା ଟିକଟକର ବିଶ୍ବସ୍ତରୀୟ ବିସ୍ତାରକୁ ଏକ ବଡ ଝଟକା ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.