ଦେଶରେ ବାଘ ବଂଶ ବଢିଛି, କିନ୍ତୁ ଓଡ଼ିଶାରେ ୪ବର୍ଷ ତଳେ ଯେତିକି ଏବେବି ସେତିକି

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮।୦୭: ଓଡ଼ିଶାରେ ଏବେ ୨୮ଟି ବାଘ ରହିଛନ୍ତି। ଦେଶରେ ବାଘ ସଖ୍ୟା ବଢ଼ିଥିବା ବେଳେ ଓଡିଶାରେ କିନ୍ତୁ ଏହି ସଂଖ୍ୟା ସମାନ ରହିଛି। ୨୦୧୪ରେ ଓଡ଼ିଶାରେ ବାଘ ସଂଖ୍ୟା ୨୮ ରହିଥିଲା । ତେବେ ୨୦୧୮/୧୯ରେ ବାଘ ଘଣନାରେ ସଂଖ୍ୟା ଅପରିବର୍ତ୍ତି ରହିଛି।  ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦କୁ ଏହା ୩୨କୁ ଖସି ଆସିଥିଲା। ସେପଟେ  ଦେଶରେ ଏବେ ବାଘ ସଂଖ୍ୟା ୨୯୬୭ ।  କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ପ୍ରକାଶ ଜଭଡେକର ଆଜି ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି। 

{"id":306599,"sizeSlug":"large"}

୨୦୧୪ରେ ଦେଶରେ ବାଘ ସଂଖ୍ୟା ଥିଲା ୨୨୨୬।  ତେଣୁ ଏବେ ସଂଖ୍ୟାରେ ୭୪୧ ଟି ବାଘ ସଂଖ୍ୟା ବୃଦ୍ଧି ପାଇଛି ବା ୩୩ ପ୍ରତିଶତ ବଢ଼ିଛି। ଦେଶରେ ଏବେ ସର୍ବାଧିକ ବାଘ ମଧ୍ୟପ୍ରଦେଶରେ ୫୨୬,  କର୍ଣ୍ଣାଟକରେ ୫୨୪ଟି ବାଘ ରହିଛି, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨ଟି , ତାମିଲନାଡୁ ୨୬୪ଟି ବାଘ ରହିଛନ୍ତି। ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି।  ଏଠାରେ ୨୦୧୪ରେ ୩୦୮ରୁ ୨୦୧୮/୧୯ ରେ ୫୨୬କୁ ବୃଦ୍ଧି ପାଇଛି। 

{"id":306600,"sizeSlug":"large"}

ସେହିପରି ମହାରାଷ୍ଟ୍ରରେ୨୦୧୪ରେ ୧୯୦ଟି ବାଘ ଥିବା ବେଳେ ୨୦୧୮/୧୯  ବାଘ ଗଣନାରେ ୩୧୨ରେ ପହଞ୍ଚିଛି। ଦେଶରେ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ମନ୍ତ୍ରୀ ପ୍ରକାଶ ଜଭଡେକର ଖୁସି ବ୍ୟକ୍ତ କରିଛନ୍ତି।  ମାତ୍ର ୧୨ ବର୍ଷରେ ଦେଶରେ ବାଘ ସଂଖ୍ୟା ୨ ଗୁଣାରୁ ଅଧିକ ହୋଇଛି। ୨୦୦୬ରେ ୧୪୧୧ ବାଘ ଥିବା ବେଳେ ୨୦୧୮/୧୯ରେ ବାଘ ସଂଖ୍ୟା ୨୯୬୭ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.