ଦିଲ୍ଲୀ ଦଙ୍ଗାର ଆଉ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି , ଅଙ୍କିତ ଶର୍ମାଙ୍କୁ ୧୨ଥର ଛୁରୀ ଭୁଷିଥିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାରେ ମୃତ୍ୟୁବରଣ କରିଥିବା ଅଙ୍କିତ ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ହସ୍ତଗତ ହୋଇଛି । ଇଣ୍ଟିଲେଜେନ୍ସି ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କ ରିପୋର୍ଟରେ ପୋଲିସକୁ ଅନେକ ସୁରାକ୍ ମିଳିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ତିବ୍ର କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ନାଗରିକତା ସଂଶୋଧନ ଆଇନ ନେଇ ଦିଲ୍ଲୀରେ ବ୍ୟାପକ ହିଂସା ହେଇଥିଲା । ଯେଉଁଥିଲେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଇଣ୍ଟିଲେଜେନ୍ସି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ଯାହାର ଶବ ବ୍ୟବେଚ୍ଛେଦ ରିପୋର୍ଟ ଏବେ ପୋଲିସ ହସ୍ତଗତ ହୋଇଥିବା ଜଣାପଡିଛି ।

ରିପୋର୍ଟଅନୁସାରେ ଅଙ୍କିତଙ୍କ ଶରୀରେ ୫୧ଟି କ୍ଷତ ଚିହ୍ନ ରହିଛି । ଏ ସମସ୍ତ ଚିହ୍ନ ମଧ୍ୟରୁ ୧୨ଟି ଛୁରୀରେ ମାରିଥିବାର କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଦେହର ଛାତି ସମେତ ପଛ ପଟେ ମଧ୍ୟ ଆକ୍ରମଣ ହୋଇଛି । ତେବେ ରିପୋର୍ଟରେ ଅଙ୍କିତଙ୍କ ଶରୀରେ ବାକି ୩୩ଟି କ୍ଷତ ଚିହ୍ନ ରଡ ଓ ଓଜନିଆ ଜିନିଷରେ ଆକ୍ରମଣ କରାଯାଇଛି । ଯାହାକି ଅଙ୍କିତର ମୁଣ୍ଡକୁ ବହୁଜୋରରେ ଆକ୍ରମଣ କରାଯାଇଛି । ଶରୀରରେ ଅଧିକ ଥର ରଡ୍‌ରେ ଆକ୍ରମଣ କରାଯାଇଛି । ଯାହାଫଳରେ ଅଙ୍କିତଙ୍କ ମୃତ୍ୟୁ ହୋଇଯାଇଥିଲା । ପୂର୍ବରୁ ଅଙ୍କିତ ଶର୍ମାଙ୍କ ଦେହରେ ୪୦୦କ୍ଷତ ଚିହ୍ନ ଥିଲା ବୋଲି ଦାବି କରାଯାଉଥିଲା । ସେପଟେ ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଅଙ୍କିତ ଶର୍ମାଙ୍କ ମୃତ୍ୟୁ ନେଇ ତଥ୍ୟ ରଖିଛନ୍ତି । ଗୃମମନ୍ତ୍ରୀଙ୍କ ଅନୁଯାୟୀ, ଅଙ୍କିତଙ୍କ ମୃତ୍ୟୁର ତଦନ୍ତ କରୁଥିବା SIT କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । SITକୁ ଏକ ଭିଡିଓ ମିଳିଛି । ଯେଉଁଥିରେ ଅଙ୍କିତଙ୍କ ହତ୍ୟା ନେଇ ବହୁ ତଥ୍ୟ ରହିଛି ।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.