Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨ଟି ବୁଥରେ ହେବ ସାନି ମତଦାନ : ବିଜେଡି କର୍ମୀମାନେ ବୁଥ ରିଗିଂ କରିଥିବା ଅଭିଯୋଗ, ଆଠଗଡରେ ବୁଥ ରିଗିଂ ଭିଜୁଆଲ ଦେଖାଇଛି କଂଗ୍ରେସ

27/04/2019 at 6:53 PM

ଭୁବନେଶ୍ୱର ୨୭/୪ : ୧୨ ଟି ବୁଥରେ ସାନି ମତଦାନ ପାଇଁ ସୁପାରିଶ କଲେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ। ବ୍ରହ୍ମଗରିର ୬୨ ନମ୍ବର ବୁଥରେ କର୍ମଚାରୀ ଦାୟୀତ୍ବ ହୀନତା ପାଇଁ ସାନି ମତଦାନ ହେବ। ଏପଟେ ତୃ୍ତୀୟ ପ୍ରର୍ଯ୍ୟାୟରେ ୫୦ଟି ବୁଥରେ ବିଜେଡି କର୍ମୀମାନେ ଗୁଣ୍ଡାରାଜ କରି ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଛି । ସେପଟେ ଆଠଗଡରେ ନକଲି ପ୍ରିଜାଇଡିଂ ଅଫିସର ନିଯୁକ୍ତି ଓ ବୁଥ ରିଗିଂ ଭିଜୁଆଲ ଦେଖାଇଛି କଂଗ୍ରେସ।

୧୨ ଟି ବୁଥରେ ହେବ ସାନି ମତଦାନ । ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପରିଚାଳନାଗତ ତ୍ରୃଟି ଯୋଗୁଁ ଏହି ସବୁ ବୁଥରେ ସାନି ମତଦାନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। । କିଛି ବୁଥରେ କଂଟ୍ରୋଲ ୟୁନିଟ୍, ବାଲଟ ୟୁନିଟ୍ ଓ ଭିଭିପ୍ୟାଟର ଗୋଟିଏ ୟୁନିଟ୍ ଖରାପ ଥିଲା । ଏଭଳି କ୍ଷେତ୍ରରେ ୩ଟି ଯାକ ୟୁନିଟ୍ ବଦଳିବା କଥା, କିନ୍ତୁ ତାହା କରାଯାଇନଥିବାରୁ ସାନି ନିର୍ବାଚନ କରାଯିବ । ତେବେ ଅନ୍ୟ ୨ଟି ବୁଥ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ସେଠାରେ ବି ସାନିମତଦାନ ହୋଇପାରେ ।

ସାନି ମତଦାନ ପାଇଁ ସୁପାରିଶ ହୋଇଥିବା ବୁଥ୍‌ ଗୁଡିକ ହେଲା ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଶହିଦ ନଗରର ୧୨୭ ନମ୍ବର ବୁଥ, ଆଠଗଡର ୯୦, ୧୦୦,୧୩୭ ଓ ୧୩୮ ନମ୍ବର ବୁଥ , ବ୍ରହ୍ମଗିରିର ୨୨୨ ଏବଂ ୬୨ ନମ୍ବର ବୁଥ୍‌। ବଡମ୍ବାର ୧୯୬ ନମ୍ବର , ଦେବଗଡ ୧୮୩ ନମ୍ବର , ସତ୍ୟବାଦୀର ୭୮ ନମ୍ବର, ତାଳଚେରର ୮୫ ନମ୍ବର ବୁଥ । ବ୍ରହ୍ମଗିରି ୬୨ ନମ୍ବର ବୁଥର ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ ରିସିଭ କରାଯାଇଥିଲା । କିନ୍ତୁ ଏହାକୁ ସଠିକ ସ୍ଥାନରେ ରଖାଯାଇନଥିଲା । ଖୋଜିବା​‌ପରେ ଏହାକୁ ଅନ୍ୟସ୍ଥାନରୁ ଠାବ କରାଯାଇଥିଲା। ତେଣୁ ଏଠାରେ ସାନି ମତାଦାନ ହେବ।

ଏପଟେ ତୃତୀୟ  ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବିଜେଡି କର୍ମୀମାନେ ୫୦ଟି ବୁଥରେ ରିଗିଂ କରିଥିବା ଅଭିଯୋଗ କରିଛି କଂଗ୍ରେସ।  ଯେଉଁଥିରେ ଆଠଗଠର ୫ଟି ବୁଥ ଥିବା କଂଗ୍ରେସ ପ୍ରାର୍ଥୀ  ଉମା ବଲ୍ଲଭ ରଥ ଅଭିଯୋଗ କରିଛନ୍ତି । ଏପରିକି ନକଲି ପ୍ରିଜାଇଡିଂ ଅପିସର ନିୟୋଜିତ ହୋଇଥିବା ଅଭିଯୋଗ କରି ଏ ସଂପର୍କିତ ଭିଡିଓ ଦେଖାଇଛି କଂଗ୍ରେସ। ଏନେଇ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ।

ବୁଥ ରିଗିଂ ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଏପରିକି କେତକ ବୁଥ ରଂଗିଂ ଭିଜୁଆଲ ସାମ୍ନାକୁ ଆସିବା ଭୋଟିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ତେବେ ଏହି ସବୁ ବୁଥରେ ସାନି ମତଦାନ ହେବକି ନା ତାହା ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଉପରେ ନିର୍ଭର କରୁଛି।…..

   Related Posts