ମୟୂରଭଞ୍ଜ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ପାଞ୍ଚଟି ବୁଥରେ ୧୯ ତାରିଖରେ ସାନି ମତଦାନ

Published By : Prameya-News7 Bureau | May 15, 2019 IST

ବାରିପଦା ୧୫|୫: ୧୯ ତାରିଖ ରବିବାର ଦିନ ହେବ ସାନି ମତଦାନ । ମୟୂରଭଞ୍ଜ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ପାଞ୍ଚଟି ବୁଥରେ ହେବାକୁ ଯାଉଛି ସାନି ମତଦାନ । ଗତ ଏପ୍ରିଲ ୨୯ ତାରିଖରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟରେ ମତଦାନ ବେଳେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଗୋଟିଏ ବୁଥ୍ ଓ ବାରିପଦା ନିର୍ବାଚନମଣ୍ଡଳୀର ୪ ଗୋଟି ବୁଥରେ ଇଭିଏମ ମେସିନ ତ୍ରୁଟିକୁ ନେଇ ସାନି ମତଦାନ ପାଇଁ ଦାବି ହୋଇଥିଲା । ପରେ ଆସନ୍ତା ୧୯ ତାରିଖ ଏହି ୫ଟା ବୁଥରେ ସାନି ମତଦାନ ହେବାକୁ ଯାଉଛି।

ତେବେ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ପୌରପରିଷଦର ର ୨୬ ନଂ ୱାର୍ଡର ୧୬ ନଂ ବୁଥ, ୨୧ ନଂ ୱାର୍ଡର ୧୯ ନଂ ବୁଥ, ଖୁଣ୍ଟା ବ୍ଲକର ବିସିପୁର ଆଠପଡ଼ାରେ ୧୬୬ ନଂ ବୁଥ, ବଡ଼ସାହି ବ୍ଲକ୍ ଅଧୀନରେ ଥିବା ଖାଁନୂଆ(୨) ର୨୨୪ ବୁଥ, ଓ ବାଙ୍ଗିରିପୋଷ ନିର୍ବାଚନ ମଣ୍ଡଳୀର ଥିବା କଖାରୁଶୋଳର ୧୦୪ ନଂ ବୁଥ୍ ରେ ସାନି ମତଦାନ ହେବ। ଏହି ପାଞ୍ଚଟି ବୁଥରେ ମୋଟ ୪ ହଜାର ୯ ସହ ୬୭ ଜଣ ଭୋଟର ଥିବାବେଳେ କିଭଳି ଏହି ଭୋଟରଙ୍କୁ ନିଜ ସପକ୍ଷରେ ନେବେ ଏ ନେଇ ମୟୂରଭଞ୍ଜ ଜିଲ୍ଲାର ଲୋକସଭା ସାଂସଦର ବିଜେଡି ପାର୍ଥି ଡ଼ା. ଦେବାଶିଷ ମାରାଣ୍ଡି ଓ ବିଜେପି ପାର୍ଥି ଇଂ. ବିଶେଶ୍ବର ଟୁଡୁ ଆଖି ପକାଇ ଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ବିଧାନସଭା ପାର୍ଥୀ ବିଜେଡିର ବାରିପଦା ନିର୍ବାଚନ ମଣ୍ଡଳୀର ସରୋଜିନୀ ହେମ୍ବ୍ରମ ଓ ବିଜେପିର ପାର୍ଥି ପ୍ରକାଶ ସୋରେନ ମଧ୍ୟରେ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ସେହିପରି ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀ ର ବିଜେଡି ପାର୍ଥି ସୁଦାମ ମାରାଣ୍ଡି ଓ ବିଜେପି ପ୍ରାର୍ଥି ସୁକୁଦା ମୁର୍ମ ଭୋଟ୍ଙ୍କୁ ନିଜ ଆଡକୁ ନେବାପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.