Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡମ୍ବାର ୧୯୬ ନଂ ବୁଥ୍‌ରେ ହେବ ସାନି ମତଦାନ

23/04/2019 at 3:00 PM

ଭୁବନେଶ୍ବର ୨୩|୪: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । କଟକ ଲୋକସଭା ଅନ୍ତର୍ଗତ ବଡମ୍ବା ବିଧାନସଭା ଆସନର ୧୯୬ ବୁଥ୍‌ରେ ସାନି ମତଦାନ ହେବ । ମତଦାନ ବେଳେ ଭିଭିପାଟ୍ ସଂଯୋଗରେ ତ୍ରୁଟି ଦେଖାଦେଇଥିଲା । ଖୁବ୍ ଶୀଘ୍ର ଏନେଇ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟ୍‌ ଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଚାଲିଛି ଭୋଟ୍ ଗ୍ରହଣ ।

   Related Posts