Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଆରବିଆଇର ଦୀପାବଳି ଭେଟି,କମିଲା ରେପୋ ରେଟ୍‌ – ଇଏମ୍‌ଆଇରେ ମିଳିବ ବଡ ରିହାତି

4/10/2019 at 4:28 PM

ମୁମ୍ବଇ – ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ଋଣରେ ସୁଧହାର ହ୍ରାସ କରିଛନ୍ତି । ଶୁକ୍ରବାରରେ ରିଜର୍ଭ ବ୍ୟାଙ୍କ ନିଜର ମୁଦ୍ରା ନୀତିର ସମୀକ୍ଷା କରିଥିଲେ । ଏଥରେ ରେପୋ ରେଟ୍‌ କୁ ହ୍ରାସ କରାଯାଇଛି । ରେପୋ ରେଟ୍‌ ୨୫ ପଏଣ୍ଟ ବା ଏକ ଚତୁର୍ଥାଶଂ ହ୍ରାସ କରାଯାଇଛି । ଏବେ ରେପୋ ହ୍ରାସ ପାଇ ୫.୧୫ ପ୍ରତିଶତ ରହିଛି । ଏହାକୁ ହ୍ରାସ କରିବା ପରେ ସମସ୍ତ ବ୍ୟାଙ୍କ ସୁଧହାର କମାଇବେ । ଏଥିରେ ହୋମ୍‌ ଲୋନ୍‌, ଅଟୋ ଲୋନ୍‌ ଓ ଅନ୍ୟାନ୍ୟ ଇଏମ୍‌ଆଇ ଶସ୍ତା ହେବ ।
ଚଳିତ ଆର୍ଥିକ ବର୍ଷରେ ଆର୍‌ବିଆଇ ଜିଡିପି ହ୍ରାସ କରି ୬.୧ ପ୍ରତିଶତ କରିଦେଇଛି । ୨୦୧୯ରେ ଆର୍‌ବିଆଇ ଲଗାତର ସୁଧହାର ହ୍ରାସ କରିଛି । ଚଳିତ ବର୍ଷ ସୁଧହାର ୧.୩୫ ପ୍ରତିଶତ ହ୍ରାସ କରାଯାଇଛି ।
ଅଭିବୃଦ୍ଧିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ମଦ୍ରାନୀତି ସମିତି ସୁଧହାରରେ ଏପରି ରିହାତି ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ।
ଏବେ ଐତିହାସିକ ଭାବେ ରେପୋ ରେଟ୍‌ ଅତି ନିମ୍ନ ସ୍ତରକୁ ଆସିଯାଇଛି । ଏହାଠାରୁ ଆହୁରୁ ତଳକପୁ ରେପୋ ରେଟ୍‌ ଯାଇପାରେ ବୋଲ ଆରବିଆଇ ଗଭର୍ଣ୍ଣନର ଶକ୍ତିକାନ୍ତ ଦାସଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ସେ ଉତ୍ତର ଦେଇଛନ୍ତି ।

ଆର୍‌ବିଆଇଠାରୁ ବ୍ୟାଙ୍କ ମାନେ ଋଣ ନେଇଥାଆନ୍ତି । ଆର୍‌ବିଆଇ ସୁଧହାର ହ୍ରାସ କରିବା ଫଳରେ ବ୍ୟାଙ୍କମାନଙ୍କରେ କମ୍ ବୋଝ ପଡିଥାଏ । ଚଳିତ ବର୍ଷ ଜାନୁଆରୀଠାରୁ ଆଜି ପର୍ଯ୍ୟନ୍ତ ରେପୋ ରେଟ୍‌ ୧.୩୫ ପ୍ରତିଶତ ହ୍ରାସ ହୋଇ ସାରିଲାଣି ।

   Related Posts