Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଦେଶକୁ ଆର୍ଥିକ ମାନ୍ଦାବସ୍ଥାରୁ ବାହାର କରିବା ପାଇଁ ରିଜର୍ଭ ବ୍ୟାଙ୍କର ଆଉ ଏକ ବଡ଼ ପଦକ୍ଷେପ-କମିଲା ରେପୋ ରେଟ୍

4/10/2019 at 5:55 PM

ନୂଆଦିଲ୍ଲୀ ୦୪।୧୦ ରେପୋରେଟ୍ ବା ଋଣହାର କମାଇଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ।  ବ୍ୟାଙ୍କ ଗୁଡିକ ଦେଉଥିଲା ଋଣହାର ବା ରେପୋରେଟ୍ ଦଶମିକ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୫.୪୦ ବେସିସ୍ ପଏଣ୍ଟରୁ ହ୍ରାସ ପାଇ ୫.୧୫ରେ ପହଞ୍ଚିଛି । ଯାହା ଫଳରେ ଏଣିକି ବ୍ୟାଙ୍କ ଇଏମ୍ଆଇ କମିବ। ଦେଶରେ ଅର୍ଥନୀତିକ ମାନ୍ଦାବସ୍ଥାକୁ ସୁଧାରିବା ଲକ୍ଷ୍ୟରେ ଗତ ୧୩ ମାସ ମଧ୍ୟରେ ୫ ଥର ରେପୋ ରେଟ୍ କମାଇଲେଣି ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ କମିବା ଯୋଗୁଁ ଅଟୋ ମୋବାଇଲ, ରିଅଲ ଇଷ୍ଟେଟ୍ ସେକ୍ଟରେ ମାନ୍ଦାବସ୍ଥା ସୁଧୁରିବା ନେଇ ଆଶା କରାଯାଉଛି ।…

ଦେଶକୁ ଆର୍ଥିକ ମାନ୍ଦାବସ୍ଥାରୁ ବାହାର କରିବା ପାଇଁ ସରକାରଙ୍କର ଆଉ ଏକ ବଡ଼ ପଦକ୍ଷେପ । ରେପୋ ରେଟ୍‌କୁ  ୦. ୨୫ ପ୍ରତିଶତ କମାଇଛନ୍ତି ରିଜର୍ଭ ବ୍ୟାଙ୍କ ।୫ . ୪ ପଏଣ୍ଟରୁ ହ୍ରାସ ପାଇ ରେପୋରେ୍ ୫ . ୧୫ ପ୍ରତିଶତରେ ପହଞ୍ଚିଛି ।ଯାହାକି ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ସଂଜୀବନୀ ସଦୃଶ ହେବ ବୋଲି ଆଶା କରାଯାଉଛି ।ରେପୋରେଟ୍ କମିବା ଦ୍ୱାରା ଋଣ ଉପରେ ସୁଧହାର ହ୍ରାସ ପାଇବ ।ଫଳରେ ସାଧାରଣ ଲୋକେ ବ୍ୟାଙ୍କ ଗୁଡ଼ିକରୁ ଋଣ ନେବାକୁ ଆଗ୍ରହ ପ୍ରକାଶ କରିବେ ।ଏହି ରେପୋରେଟ୍ ହ୍ରାସ କରିବା ପାଇଁ ସମର୍ସିଆଲ୍ ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ଉପରେ ଗତ କିଛି ଦିନ ହେଲ ଚାପ ପକାଉଥିଲେ ।…

 ମାନ୍ଦାବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ପାଖରେ ଲିକ୍ୟୁଡିଟି ବା କ୍ୟାସ୍ ଫ୍ଲୋ କମ୍ ରହିଛି। ବ୍ୟାଙ୍କ ସୁଧ ହାର କମିଲେ, ଲୋକେ ଏଣିକି ଋଣ ନେବାକୁ ଆଗ୍ରହ ଦେଖାଇବେ।  ଯାହାର ଅନୁକୂଳ ପ୍ରଭାବରେ ଅଟୋମୋବାଇଲ୍ ସେକ୍ଟର, ଇଲେକ୍ଟ୍ରୋନିକ୍ସ ଆସେସରିଜ୍ ଏବଂ ରିଅଲ୍ ଇଷ୍ଟେଟ୍ ସେକ୍ଟରରେ ମାନ୍ଦାବସ୍ଥାର ସୁଧାରିବାରେ ସହାୟତା ହୋଇପାରିବ। ଏପରିକି ଗତବର୍ଷ ତୁଳନାରେ ଚଳିତ ପାର୍ବଣ ଋତୁରେ ବଜାର ମାନ୍ଦା ରହିଛି। ବିଶେଷ ଭାବେ ଇଲେକ୍ଟ୍ରୋନିକ୍ସ କନଜ୍ୟୁମର୍ ଗୁଡ୍ସ, ଟିଭି, ଫ୍ରିଜ୍, ମୋବାଇଲ୍ ଏବଂ ଅନ୍ୟ ଆସେସୋରିଜ୍ସର ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ୨୦ କମିଛି ବୋଲି ବିକ୍ରେତାଙ୍କର ମତ । ଟେକ୍ସଟାଇଲ୍ ଆପାରେଲ୍ ମାର୍କେଟ୍ର ଅବସ୍ଥା ମଧ୍ୟ ଅନୁରୂପ ।…

 ରେପୋରେଟ୍ ହ୍ରାସ ସତ୍ତ୍ବେ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇ ୩୭ ହଜାର ୬୭୩ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୦ ପଏଣ୍ଟ ହ୍ରାସ ପାଇ ୧୧ ହଜାର ୧୭୪ରେ ବନ୍ଦ ହୋଇଛି । ଭାରତୀୟ ଅର୍ଥନୀତି ସୁଧାରିବା ସହ ମାନ୍ଦାବସ୍ଥାର ମୁକାବିଲା ପାଇଁ ସରକାର ଜିଏସ୍ଟି ସରଳୀକରଣ, ଟ୍ୟାକ୍ସ ହାର କମାଇବା, ବ୍ୟାଙ୍କଗୁଡ଼ିକୁ ଆର୍ଥିକ ପ୍ୟାକେଜ ସହ ବିଭିନ୍ନ ଘୋଷଣା କରିଛନ୍ତି ସତ । କିନ୍ତୁ ଏସବୁ ସତ୍ବେ ମାନ୍ଦାବସ୍ଥାର ଉପରେ ଏହାର କିଛିବି ପ୍ରଭାବ ଅନୁଭୂତ ହୋଇନି।…

   Related Posts