ଆଇଏନଏସ ବିରାଟକୁ ୧୦୦ କୋଟି ଟଙ୍କାରେ ପୁଣି ଥରେ ବିକିବାକୁ ପ୍ରସ୍ତୁତି, ସଂଗ୍ରହାଳୟ କରିବାକୁ ଚାହୁଁଛି କମ୍ପାନୀ

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୦୨।୧୦: ଭାରତୀୟ ନୌସେନାରେ ସମୟ ଥିଲା ଶୌର୍ଯ୍ୟର ପ୍ରତୀକ ଥିବା ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିରାଟର ନୂତନ ମାଲିକ ଏହାକୁ ଭାଙ୍ଗିବା ବଦଳରେ ମୁମ୍ବାଇର ଏକ କମ୍ପାନୀକୁ ୧୦୦ କୋଟି ଟଙ୍କାରେ ବିକିବାକୁ ଚାହୁଁଛନ୍ତି। କାରଣ କିଣିବାକୁ ଚାହୁଁଥିବା କମ୍ପାନୀ ସେବାମୁକ୍ତ ହୋଇ ସାରିଥିବା ଏହି ଯୁଦ୍ଧପୋତକୁ ଭାଙ୍ଗିବା ବଦଳରେ ଏହାକୁ ସଂଗ୍ରହାଳୟରେ ପରିଣତ କରିବାକୁ ଚାହୁଁଛନ୍ତି। ଆଇଏନଏସ ବିରାଟ ଏକ ବିମାନବାହକ ଯୁଦ୍ଧ ଜାହାଜ, ଯାହାକୁ ୧୯୮୭ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ଏବଂ ୨୦୧୭ରେ ଏହାକୁ ସେବା ନିବୃତ୍ତ କରାଯାଇଥିଲା। ଜୁଲାଇ ମାସରେ ହୋଇଥିବା ନିଲାମୀରେ ଶ୍ରୀରାମ ଗ୍ରୁପ ବିରାଟକୁ ୩୮.୫୪ କୋଟି ଟଙ୍କାରେ କିଣିଥିଲା।

ଏହି ଯୁଦ୍ଧପୋତ ଗୁଜରାଟର କୂଳରେ ସେହି ୟାର୍ଡରେ ପହଞ୍ଚି ଯାଇଛି ଯେଉଁଠି ଜାହାକୁ ଭଙ୍ଗାଯିବ। ଏହା ଭାରତର ସମୃଦ୍ଧ ବିରାସତର ଏକ ପ୍ରତୀକ। ଶ୍ରୀରାମ ଗ୍ରୁପର ଅଧ୍ୟକ୍ଷ ମୁକେଶ ପଟେଲ ଗୁରୁବାର କହିଛନ୍ତି ଏହି ପୋତକୁ ନିଲାମୀରେ କବାଡ ଭାବେ କିଣାଯାଇଥିଲା। ଏହାକୁ ପୁଣି ଥରେ କିଣିବାକୁ ହେଲେ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏନଓସି ଆଣିବାକୁ ପଡିବ। ସେ କହିଛନ୍ତି ମୁଁ ଏହି ଯୁଦ୍ଧଜାହାକୁ ଦେଶ ପ୍ରେମ କାରଣରୁ କିଣିଥିଲି। ଏବେ ମୁମ୍ବାଇର ଆଉ ଏକ କମ୍ପାନୀ ଯୁଦ୍ଧପୋତକୁ ସଂଗ୍ରହାଳୟରେ ପରିଣତ କରିବାକୁ ଚାହୁଁଛନ୍ତି। କାରଣ ଉକ୍ତ କମ୍ପାନୀ ମଧ୍ୟ ଦେଶଭକ୍ତି କାରଣରୁ ଏମିତି କରିବାକୁ ଚାହୁଁଛନ୍ତି। ଏଥିପାଇଁ ମୁଁ ଆଇଏନଏସ ବିରାଟକୁ ବିକିବାକୁ ରାଜି ହୋଇଛି।

ପଟେଲ ଏହା ମଧ୍ୟ କହିଛନ୍ତି ଏହି ପ୍ରସ୍ତାବ ସୀମିତ ସମୟ ପାଇଁ ରହିଛି ଏବଂ ସେ କେବଳ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଉକ୍ତ କମ୍ପାନୀ ଏନଓସି ପାଇବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ମୁଁ ଅଧିକ ସମୟ ଅପେକ୍ଷା କରି ପାରିବି ନାହିଁ। ମୁଁ ଆଉ ଗୋଟିଏ ସପ୍ତାହ ଅପେକ୍ଷା କରିବି। ଏହା ପରେ ଜାହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିବି।

ଏହି ଯୁଦ୍ଧପୋତକୁ କିଣିବାକୁ ରୁଚି ରଖିଥିବା କମ୍ପାନୀର ନାଁ ହେଉଛି ଏନଭିଟେକ୍ଟ ମରିନ କନସଲଟେନ୍ସ ଲିମିଟେଡ। ଏହାର ପ୍ରବନ୍ଧ ନିର୍ଦ୍ଦେଶକ ଭିକେ ଶର୍ମା ଯୁଦ୍ଧପୋତ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପ୍ରଥମେ କେନ୍ଦ୍ର ସରକାରଙ୍କଠୁ ଏନଓସି ହାସଲ ପାଇଁ ସେ ଆଶା ରଖିଥିଲେ ଯଦ୍ଵାରା ଆଇଏନଏସ ବିରାଟକୁ ସଂଗ୍ରହାଳୟରେ ପରିଣତ କରାଯାଇ ପାରିବ। ଶର୍ମା କହିଛନ୍ତି ତାଙ୍କୁ ଏହି ଦେଶଭକ୍ତିରେ ଗୋଆ ସରକାରଙ୍କ ସମର୍ଥନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.