Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

୨୮ ଟଙ୍କା ଋଣ ପରିଶୋଧ କରିବାକୁ ଆମେରିକାରୁ ହରିୟାଣା ଯାତ୍ରା, ମିଠା ଦୋକାନୀକୁ ଦେଲେ ଏତେ ଟଙ୍କା

5/12/2021 at 2:08 PM

ହିସାର ୦୫/୧୨: ଆମେରିକାରେ ପୁଅ ସହ ରହୁଥିବା ଜଣେ ବ୍ୟକ୍ତି ଭାରତରେ ଏକ ମିଠା ଦୋକାନରେ ୨୮ ଟଙ୍କା ଉଧାର କରିଥିବା କଥା ଭୁଲିନଥିଲେ । ୬୮ ବର୍ଷ ପରେ ୮୫ ବର୍ଷ ବୟସରେ ସେ ଆମେରିକାରୁ ଭାରତ ଫେରିଛନ୍ତି । ୨୮ ଟଙ୍କା ବଦଳରେ ଦୋକାନୀଙ୍କୁ ସେ ୧୦ ହଜାର ଟଙ୍କା ଦେଇଛନ୍ତି । ହରିୟାଣାର ହିସାର ଜିଲ୍ଲାରେ ଏହି ଘଟଣା ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ହରିୟାଣାରେ ପ୍ରଥମ ନୌସେନା ସାହସିକତା ପୁରସ୍କାର ଦ୍ୱାରା ସମ୍ମାନିତ ବିଏସ୍‌ ଉପ୍ପଲ ଅବସର ପରେ ପୁଅ ସହିତ ଆମେରିକାରେ ରହୁଛନ୍ତି । ନିକଟରେ ସେ ଭାରତ ଆସି ହିସାର୍‌ର ମୋତି ବଜାର ସ୍ଥିତ ଜଣେ ଦୋକାନୀଙ୍କ ନିକଟରେ ପହଞ୍ଚିଲେ ଏବଂ ଦୋକାନ ମାଲିକ ବିନୟ ବଂସଲଙ୍କୁ କହିଲେ ଯେ ଆପଣଙ୍କ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କୁ ମୋର ୧୯୫୪ରେ ୨୮ ଟଙ୍କା ଦେବାର ଥିଲା ।

କିନ୍ତୁ ହଠାତ୍‌ ମୋତେ ସହର ବାହାରକୁ ଯିବାକୁ ପଡ଼ିଲା । ମୁଁ ନୌସେନାରେ ଭର୍ତ୍ତି ହୋଇଗଲି । ଆପଣଙ୍କ ଦୋକାନରେ ମୁଁ ଦହି ଲସ୍‌ସିରେ ପେଡ଼ା ପକାଇ ପିଉଥିଲି । ତାର ୨୮ ଟଙ୍କା ବାକି ରହିଯାଇଥିଲା । ନୌବାହିନୀରେ କାମ କରିବା ହେତୁ ହିସାର ଆସିବାର ସୁଯୋଗ ମିଳିଲା ନାହିଁ । ଅବସର ପରେ ପୁଅ ପାଖକୁ ଆମେରିକା ଚାଲିଗଲି । ସେଠାରେ ଦୁଇଟି କଥା ମୋର ସର୍ବଦା ମନେପଡ଼େ ।

ଗୋଟିଏ ହେଉଛି ଆପଣଙ୍କ ଜେଜେଙ୍କ ନିକଟରେ ମୋର ବାକି ଥିବା ୨୮ ଟଙ୍କା ଏବଂ ଆଉ ଗୋଟିଏ ହେଉଛି ହରଜୀରାମ ହିନ୍ଦୁ ହାଇ ସ୍କୁଲରେ ୧୦ମ ପାସ୍‌ ପରେ ମୁଁ ସେଠାକୁ ଆଉ ଯାଇପାରି ନଥିଲି । ଆପଣଙ୍କ ୨୮ ଟଙ୍କାର ଉଧାର ଦେବାକୁ ଏବଂ ମୋ ସ୍କୁଲ ଦେଖିବାକୁ ମୁଁ ଖାସ୍‌କରି ଆମେରିକାରୁ ହିସାର ଆସିଛି ।’ ଉପ୍ପଲ ଏହା କହି ବିନୟ ବଂସଲଙ୍କ ହାତକୁ ୧୦ ହଜାର ଟଙ୍କା ଦେଲେ । ବିନୟ କିନ୍ତୁ ତାହା ନେବାକୁ ମନା କଲେ । ଏହା ପରେ ଉପ୍ପଲ ତାଙ୍କୁ ଅନୁରୋଧ କଲେ ଏବଂ ମୁଣ୍ଡରେ ଥିବା ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଏହି ଅର୍ଥ ସ୍ୱୀକାର କରିବାକୁ ବିନୟଙ୍କୁ କହିଲେ ।

ଆମେରିକାରୁ କେବଳ ଏହି କାମ ପାଇଁ ସେ ଏଠାକୁ ଆସିଛନ୍ତି । ତେଣୁ ଅନୁରୋଧ ରକ୍ଷା କରିବାକୁ ସେ ବିନୟଙ୍କୁ କହିଲେ । ବହୁ କଷ୍ଟରେ ବିନୟ ଉକ୍ତ ଋଣ ରାଶି ସ୍ୱୀକାର କରିବା ପରେ ଉପ୍ପଲ ଖୁସି ହୋଇ ନିଜ ସ୍କୁଲକୁ ଗଲେ । କିନ୍ତୁ ବନ୍ଦ ସ୍କୁଲ ଦେଖି ନିରାଶ ହୋଇ ଫେରିଲେ । ସୂଚନାଯୋଗ୍ୟ, ଭାରତ-ପାକ୍‌ ଯୁଦ୍ଧ ସମୟରେ ପାକିସ୍ତାନର ଜାହାଜକୁ ବୁଡ଼ାଇ ଦେଇଥିବା ଜାହାଜର ଉପ୍ପଲ କମାଣ୍ଡର ଥିଲେ । ସେ ନିଜର ଜାହାଜ ଓ ନୌବାହିନୀକୁ ସୁରକ୍ଷିତ ଫେରାଇ ଆଣିଥିଲେ ।

   Related Posts