Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଭାରତ ଆସୁଛି Renultର ପ୍ରଥମ Electric କାର, ଥରେ ଚାର୍ଜ କଲେ ଚାଲିବ ୨୭୧ କିଲୋମିଟର

3/02/2020 at 3:49 PM

ରେନଲ୍ଟ ଇଣ୍ଡିଆ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ କରିବାକୁ ଯାଉଛନ୍ତି ତାଙ୍କର ଇଲେକ୍ଟ୍ରିକ୍ କାର। ଏହା ଏଣ୍ଟ୍ରି ଲେବୁଲ କାର ହୋଇଥିବା ବେଳେ  କମ୍ପାନୀ ପକ୍ଷରୁ ଟିଜର ଜାରି ହୋଇଛି। ଏହି କାର ରେନଲ୍ଟର ଏଣ୍ଟ୍ରି ଲେବୁଲ କ୍ୱିଡ୍ ହେଚ୍ ବ୍ୟାକ୍ ବେସଡ୍ ହୋଇଥିବା ବେଳେ କମ୍ପାନୀ ଏହାକୁରେନଲ୍ଟ ସିଟି କେ-ଜେଡ୍ଇ ନାମରେ ଲଞ୍ଚ କରିପାରନ୍ତି। ଗତ ୨୦୧୮ ପ୍ୟାରିସ୍ ମୋଟର ସୋରେ ରେନଲ୍ଟ ଏହି କାରର କନସେପ୍ଟ ପ୍ରଦର୍ଶନ ଲାଗି ଉପସ୍ଥପିତ କରିଥିଲେ। ପରେ କାରକୁ ପ୍ରାୟୋଗିକ ଚାଳନା ବେଳେ ଚୀନରେ ଅନେକ ଥର ଦେଖାଯାଇଛି। ଏହି ଜିରୋ ଇମିସନ ବାହନକୁ ସେପ୍ଟେମ୍ବର ୨୦୧୯ଚେଙ୍ଗଡୁ ମୋଟର ସୋରେ ବି ପ୍ରଦର୍ଶିତ କରାଯାଇଥିଲା।

ଫରାସୀ କାର ନିର୍ମାତା ରେନଲ୍ଟ ତାଙ୍କର ଏହି ଏଣ୍ଟ୍ରି ଲେବୁଲ ଛୋଟ ଇଲେକ୍ଟ୍ରିକ୍ କାରକୁ ଅଟୋ ଏକ୍ସପୋ-୨୦୨୦ର ପ୍ରଥମ ଦିନ ଉପସ୍ଥାପିତ କରିବେ। ରେନଲ୍ଟ K-ZEର ଡିଜାଇନ ରେନଲ୍ଟ ଇନ୍ଧନଚାଳିତ କାର ସହ ସମାନ ହୋଇଥିବା ବେଳେ ଏହାକୁ ଚୀନ୍ ପାର୍ଟନର ଡଙ୍ଗଫେଙ୍ଗ ମୋଟର୍ସ ନିର୍ମାଣ କରିବେ। କ୍ୱିଡ୍ ଇଲେକ୍ଟ୍ରିକ୍ ଭର୍ସନର ପ୍ରଡକ୍ସନ ରେଡି ଭର୍ସନକୁ ଗତ ଏପ୍ରିଲ ୨୦୧୯ ସାଂଘାଇ ମୋଟରସୋରେ ପ୍ରଥମ ଥର ଦେଖାଯାଇଥିଲା।

ରେନଲ୍ଡ ତାଙ୍କ ଇଲେକ୍ଟ୍ରିକ କାରକୁ ଚୀନର ଡଙ୍ଗଫେଙ୍ଗ ମୋଟରସ ସହ ମିଶି ବିକଶିତ କରିଛନ୍ତି। ଡଙ୍ଗଫେଙ୍ଗ ମୋଟର୍ସର ବାର୍ଷିକ ଉତ୍ପାଦନ କ୍ଷମତା ୧ଲକ୍ଷ ୨୦ ହଜାର ୟୁନିଟ୍। ଇଜିଟି ନ୍ୟୁ ଏନେର୍ଜୀ ଅଟୋମେଟିଭ କମ୍ପାନୀଙ୍କ ଦ୍ୱାରା ସ୍ଥାପିତ ଏହି କାରଖାନା ନିସାନ ଓ ଡଙ୍ଗଫେଙ୍ଗ ମୋଟର୍ସର ଏକ ମିଳିତ ଉପକ୍ରମ। ଯାହାକୁ ଚୀନରେ ବହୁ ପରିମାଣରେ ଇଲେକ୍ଟ୍ରିକ୍ କାର ଉତ୍ପାଦନ ଲାଗି ସ୍ଥାପିତ କରାଯାଇଥିଲା। ଚୀନରେ ଏହି କାର ଗୋଟିଏଥର ଚାର୍ଜ ହେଲେ ୨୭୧ କିଲୋମିଟର ଚାଲିପାରୁଛି। କାରର ଫ୍ୟୁଚରିଷ୍ଟିକ୍ ଫିଚର ବି ରହିଛି। ଯେଉଁଥିରେ ଏଲଇଡି ହେଡ୍ ଓ ଟେଲ ଲ୍ୟାମ୍ପ ସହ ଅନ୍ୟ ଆଧୁନିକ ଫିଚର ବି ଦେଖିବାକୁ ମିଳିବ।

   Related Posts