Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଗଷ୍ଟରେ ଇଣ୍ଡିଆରେ ଧୁମ ମଚେଇବାକୁ ଆସୁଛି ରେନଲ୍ଟର ଏହି କାର, ଜାଣନ୍ତୁ ମୂଲ୍ୟ କେତେ

10/07/2019 at 4:51 PM

ରେନଲ୍ଟ ଗତ ମାସରେ ତାର ନୂଆ ଏମପିଭି ‘ଟ୍ରାଇବର’କୁ ଅନାବରଣ କରିଥିଲା। ଏବେ ଏହି ଛୋଟ ୭ ସିଟର କାର ପାଇଁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ ରେନଲ୍ଟ ତାର ନୂଆ ଏମପିଭି ‘ଟ୍ରାଇବର’କୁ ଅଗଷ୍ଟମାସରେ ଇଣ୍ଡିଆରେ ଲଞ୍ଚ କରିବ। ଯାହାର ପ୍ରାରମ୍ଭିକ ମୂଲ୍ୟ ୫.୩ ଲକ୍ଷ ପାଖାପାଖି  ରହିବ ବୋଲି ଅନୁମାନ କରାଯାଉଛି। ରେନଲ୍ଟର ସବୁଠାରୁ ଛୋଟ କାର ‘କ୍ୱିଡ’ର ମୋଡିଫାଏଡ୍ ପ୍ଲାଟଫର୍ମରେ ନିର୍ମିତ ଟ୍ରାଇବର ୪ ମିଟରରୁ ବି କମ୍ ହୋଇଥିବା ବେଳେ କ୍ୟାବିନରେ ପର୍ଯ୍ୟାପ୍ତ ସ୍ଥାନ ସମେତ ତୃତୀୟ ଲାଇନରେ ସିଟ୍ ରିମୁଭ ଭଳି ସୁବିଧା ଉପଲବ୍ଧ ହେବ।

ଟ୍ରାଇବରର ଲୁକ୍ ମଧ୍ୟ ବେଶ ଆକର୍ଷକ। ଏସୟୁଭି ଭଳି ଦେଖା ଯାଉଥିବା ଏହି କାର ସମ୍ମୁଖରେ କ୍ରୋମ ଫିନିସ ତିନି ଥାକିଆ ଗ୍ରିଲ ରହିଛି। ଯେଉଁଥିରେ ରେନଲ୍ଟ ତାର ଲୋଗୋ ଲଗାଇଛି।  ସେହିଭଲି ଇଣ୍ଟେରିୟର ଡିଜାଇନ ମଧ୍ୟ ଦେଖିବା ଭଳି ହୋଇଛି। ଡବଲ ଟୋନଡ୍ ଡ୍ୟାସବୋର୍ଡ ସାଙ୍ଗକୁ କମ୍ପାକ୍ଟ ଏମପିଭିରେ ଥ୍ରୀ-ସ୍ପୋକ୍ ଷ୍ଟିୟରିଂ ହ୍ୱିଲ୍,୩.୫ ଇଞ୍ଚ ସ୍କ୍ରିନ ସହିତ ଡିଜିଟାଲ ଇଂଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏପଲ କାରପ୍ଲେ ଓ ଏଣ୍ଡ୍ରଏଡ୍ ଅଟୋ ସହିତ ୮ ଇଞ୍ଚ ଟଚ୍ ସ୍କ୍ରିନ ଇଫୋଟେନମେଣ୍ଟ ସିଷ୍ଟମ ରହିଛି। ସେହିପରି ଡ୍ରାଇଭର କପ୍ ହୋଲ୍ଡରରେ କୁଲ୍ଡ ସେଣ୍ଟ୍ରାଲ ଷ୍ଟୋରେଜ ଏରିଆ ସମେତ କୁଲ୍ଡ ଗ୍ଲୋବ ବକ୍ସ ସୁବିଧା ରହିଛି।

ରେନଲ୍ଟ ଟ୍ରାଇବରେ ୩ଲାଇନରେ ମୋଟ ୭ଟି ସିଟ୍ ରହିଛି। ତେବେ ତୃତୀୟ ଲାଇନରେ ଥିବା ସିଟ୍ ଗୁଡିକୁ ଆବଶ୍ୟକତା ଅନୁସାରେ ଖୋଲା ବା ବନ୍ଦ ରଖାଯାଇପାରେ। ସେହିପରି ଦ୍ୱିତୀୟ ଲାଇନ ସିଟ୍ ରେ ସ୍ଲାଇଡିଂ ରହିଛି। ଯେପରି ତୃତୀୟ ଧାଡିରେ ବସିଥିବା ପାସେଞ୍ଜରଙ୍କୁ ଓହ୍ଲାଇବା ଓ ଗାଡିରେ ଚଢିବା ସୁବିଧାଜନକ ହେବ । ଗାଡିର ବୁଟ୍ ସ୍ପେସ୍ ୮୪ ଲିଟର ଓ ତୃତୀୟ ଲାଇନ ସିଟ୍ ହଟାଇ ଦେଲେ ୬୨୫ ଲିଟରର ହେବ। ଗାଡ଼ି ଯେପରି ସୁରକ୍ଷିତ ହେବ ସେଥି ପ୍ରତି ମଧ୍ୟ ବିଶେଷ ନଜର ଦିଆଯାଇଛି। ଆଗରେ ଡୁଆଲ ଏୟାର ବ୍ୟାଗ୍ ସହ ଏବିଏସ, ରିୟର ପାର୍କିଂ ସେନସର ଭଳି ସେଫ୍ଟି ସିଷ୍ଟମସ ମଧ୍ୟ ରହିଛି। ୧.୦୩ ଲିଟର ବିଶିଷ୍ଟ ପେଟ୍ରୋଲରେ ଚାଲିପାରୁଥିବା ଏହି କାର ୫ସ୍ପିଡ୍ ମାନୁଆଲ ଓ ୫ ସ୍ପିଡ ଅଟୋ ଗିୟରବକ୍ସ ଅପ୍ସନରେ ମଧ୍ୟ ମିଳିବ।

   Related Posts