ଭଡ଼ା ବଢ଼ିବ ନାହିଁ କିନ୍ତୁ କାଲିଠୁ ବସ ଚାଲିବ: ଯାତ୍ରୀ ମାସ୍କ ପିନ୍ଧିବେ ସିଟ୍‌ରେ ବସିବେ

Published By : Prameya-News7 Bureau | May 27, 2020 IST

ଭୁବନେଶ୍ବର୨୭/୫: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ଘରୋଇ ବସ୍। ଏ ନେଇ ରାଜ୍ୟ ସରକାର କଟକଣା ମଧ୍ୟ ଜାରି କରିଛନ୍ତି। ଦୀର୍ଘଦିନ ବସ ଚଳାଚଳ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ସ୍ବାଭାବିକ। ହେଲେ ପୂର୍ବରୁ ବସ ଭଡ଼ା ଯାହା ଥିଲା ସେୟା ରହିଛି। ବସ ଭଡ଼ା ବୃଦ୍ଧି କରାଯାଇ ନାହିଁ। ଏହାସହ ବସରେ ଯାତ୍ରା କରିବା ବେଳେ କିଛି କଟକଣା ମଧ୍ୟ ବାଧ୍ୟତା ମୂଳକ କରାଯାଇଛି। ଯଥା, ମୁହଁରେ ମାସ୍କ ପିନ୍ଧିବା, ସିଟ୍ ଅନୁସାରେ ଯାତ୍ରୀ ଯାତ୍ରା କରିବେ ଏବଂ ବସ ସାନିଟାଇଜ ହେବା ପରେ ଯାତ୍ରୀମାନେ ବସ୍ ଭିତରକୁ ପ୍ରବେଶ କରିବେ। ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନେ ବସରେ ଯାତ୍ରା କରି ପାରିବେନି। ଏ ନେଇ ବୁଧବାର ଚଣ୍ଡିଖୋଲଠାରେ ବସ ମାଲିକମାନେ ଏକ ବୈଠକ କରିଥିଲେ।

ଗତକାଲି ଏ ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା। ବସ ମାଲିକମାନଙ୍କ ଯାହା ଦାବି ଥିଲା, ତାହାକୁ ସରକାର ମାନି ନେଇଛନ୍ତି।ସେମାନଙ୍କ ଦାବି ଥିଲା ଯେ ୬ ମାସ ଟ୍ୟାକ୍ସ ଛାଡ଼ କରାଯାଉ। ହେଲେ ୬ ମାସ ବଦଳରେ ୩ ମାସ ଟ୍ୟାକ୍ସ ଛାଡ଼ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବସ ମାଲିକ ସଂଘ ରଖିଥିବା ଅନ୍ୟ ଦାବି ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ବସ ମାଲିକମାନେ ରଖିଥିବା ଦାବି ଉପରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ ସମ୍ଫାଦକ ଦେବେନ୍ଦ୍ର କହିଛନ୍ତି। ସମାଜିକ ଦୂରତା ନିୟମ ଏବଂ ସାନିଟାଇଜେସନ ଗୁରୁତ୍ବ ଦେବା ଲାଗି କୁହାଯାଇଛି। ଏହା ବ୍ୟତୀତ ବସ୍ ଯାତ୍ରା କରିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.