ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ଆମେରିକାରେ ପରଲୋକ

Published By : Prameya-News7 Bureau | August 17, 2020 IST

ମୁମ୍ବାଇ ୧୭/୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କ ଦେହାନ୍ତ ହୋଇଯାଇଛି । ସେ ସୋମବାର ଆମେରିକାର ନ୍ୟୁଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

{"id":316104,"width":577,"height":416,"sizeSlug":"large"}

ପଣ୍ଡିତ ଯଶରାଜ ୮ ଦଶନ୍ଧୀ ଧରି ସଙ୍ଗୀୟ ଜଗତରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସେ ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ରୂପ ଦେଇଥିଲେ । ତାଙ୍କ ନିଦ୍ଧନରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

{"id":316105,"sizeSlug":"large"}

ପଣ୍ଡିତ ଯଶରାଜଙ୍କ ପରିବାର ଲୋକଙ୍କଠାରୁ ପ୍ରାପ୍ତ ସୂଚନା ମୁତାବକ, ସେ ସ୍ଥାନୀୟ ସମୟ ସକାଳ ୫ଟା ୧୫ରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କର ଅନ୍ତ୍ୟେଷ୍ଟି କେଉଁଠି ହେବ ସେନେଇ ବିଚାର ବିମର୍ଶ ଚାଲିଛି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ସରକାର ପଣ୍ଡିତ ଯଶରାଜଙ୍କ ପାର୍ଥୀବ ଶରୀର ଭାରତ ଆଣିବା ପାଇଁ ମଧ୍ୟ ଆଲୋଚନା କରୁଛନ୍ତି ।

ସେ ୧୯୩୦ ଜାନୁଆରୀ ୨୮ ତାରିଖରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରର ଚାରୋଟି ପିଢୀ ଶାସ୍ତ୍ରୀୟ ସଙ୍ଗୀତର ଧାରାକୁ ବଜାୟ ରଖିଥିଲେ । ସେ ମାତ୍ର ୪ ବର୍ଷ ବୟସର ଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେ ୧୪ ବର୍ଷ ଯାଏଁ ତବଲା ଶିଖୁଥିଲେ । ପରେ ସେ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ ।

{"id":316108,"sizeSlug":"large"}

ସେ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି । ୧୯୭୫ରେ ପଦ୍ମଶ୍ରୀ, ୧୯୯୦ରେ ପଦ୍ମ ଭୂଷଣ ଓ ୨୦୦୦ରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୩ରେ ସେ ଭାରତ ରତ୍ନ ଭିମସେନ ଯୋଶୀ କ୍ଲାସିକାଲ ମ୍ୟୁଜିକ ଲାଇଫ୍ ଆଚିଭମେଣ୍ଟ୍ ଆଓ୍ୱାର୍ଡରେ ସମ୍ମାନିତ ହୋଇଥିଲେ ।

ପଣ୍ଡିତ ଯଶରାଜ ସାରା ବିଶ୍ୱରେ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ନୂଆ ରୂପ ଦେବା ସହ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥିଲେ । ଭାରତ,କାନାଡ଼ା ଏବଂ ଆମେରିକାରେ ସଙ୍ଗୀତ ଶିଖାଇଛନ୍ତି। ଯଶରାଜଙ୍କ କିଛି ଶିଷ୍ୟ ନାମୀ ସଙ୍ଗୀତକାର ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.