ପୁରୀ ସ୍ୱର୍ଗଦ୍ୱାରର ହେବ ଆଧୁନିକୀକରଣ

Published By : Prameya-News7 Bureau | September 25, 2019 IST

ପୁରୀ ୨୫।୦୯- ପୁରୀ ସ୍ୱର୍ଗଦ୍ୱାର ହେବ ସଂପୁର୍ଣ୍ଣ ଆଧୁନିକୀକରଣ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ “ମହାପ୍ରସ୍ଥାନମ୍” ଯୋଜନା ଢ଼ାଞ୍ଚାରେ ପୁନଃ ନିର୍ମାଣ ହେବ ସ୍ୱର୍ଗଦ୍ୱାର। ଶବଦାହ ପାଇଁ ପାରମ୍ପରିକ ବ୍ୟବସ୍ଥା ସହ ସବୁପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କରାଯିବ ସ୍ୱର୍ଗଦ୍ୱାରରେ। ଏଥିପାଇଁ ଏହି ଦୁଇ ରାଜ୍ୟର ବିଶେଷଜ୍ଞମାନେ ଆସି ଜିଲ୍ଲାପ୍ରଶାସନ ସହ ଆଲୋଚନା କରିଛନ୍ତି।  

ପୁରୀ ସ୍ୱର୍ଗଦ୍ୱାରର ରୁପରେଖ ବଦଳାଇବା ପାଇଁ ଜିଲ୍ଲାପ୍ରଶାସନ ଆରମ୍ଭ କରିଛି ନୁଆ ପ୍ରୟାସ। ସ୍ୱର୍ଗଦ୍ୱାର ହିନ୍ଦୁ ମାନଙ୍କ ପାଇଁ ପ୍ରମୁଖ ଶବଦାହ କେନ୍ଦ୍ର ଭାବେ ଆସ୍ଥା ଥିବାରୁ ଏହାର ନବକଳେବର କରାଯିବ। ରାଜ୍ୟ ବାହାରର ପ୍ରମୁଖ ଶବଦାହ କେନ୍ଦ୍ରର ଢ଼ାଞ୍ଚାରେ ଏହାର ସୌନ୍ଦର୍ଯ୍ୟକରଣ କରାଯିବ। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏବେ ମହାପ୍ରସ୍ଥାନମ ଯୋଜନାରେ କେତେକ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ଶବଦାହ କେନ୍ଦ୍ର ସ୍ଥାପନ ହୋଇଛି। ଏହାର ଅନୁକରଣରେ ସ୍ୱର୍ଗଦ୍ୱାରର ମଧ୍ୟ ପୁନଃବିନ୍ୟାସ ପାଇଁ ଜିଲ୍ଲାପାଳ ଆଲୋଚନା ଆରମ୍ଭ କରିଛନ୍ତି। ଏହି ଦୁଇ ରାଜ୍ୟର ବିଶେଷଜ୍ଞମାନେ ନିକଟରେ ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।   

{"id":162769}

 ସ୍ୱର୍ଗଦ୍ୱାର ଆଧୁନୀକରଣ ଯୋଜନାରେ ଶବଦାହ ପାଇଁ ଏକାଧିକ ପିଣ୍ତିର ବ୍ୟବସ୍ଥା କରାଯିବ। ସ୍ୱର୍ଗଦ୍ୱାରରେ ଘାଷ ଗାଲିଚା ବିଛା ଯିବା ସହ ସ୍ୱତନ୍ତ୍ର ପ୍ରତିକ୍ଷାଳୟ ସ୍ଥାପନ କରାଯିବ। ଶବଦାହକଙ୍କ ପାଇଁ ଟଏଲେଟର ବ୍ୟବସ୍ଥା ସହ କ୍ୟାଣ୍ଟିନର ବ୍ୟବସ୍ଥା କରାଯିବ। ଶବଦାହକ ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂର ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଇବା କାର୍ଯ୍ୟ ମଧ୍ୟ କରାଯିବ। ସ୍ୱର୍ଗଦ୍ୱାରରେ ପ୍ରଦୁଷଣ କମାଇବା ପାଇଁ ଅତୀତରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଏକ ଚିମନି ଲାଗିଥିବା ବେଳେ ତାହା ଏବେ ଅକାମୀ ହୋଇଯାଇଛି। ଏହାର ପୁନରୁଦ୍ଧାର ସହ ପରିଷ୍କାର ପରିଛନ ରଖିବା ପାଇଁ ସମସ୍ତ ଉଦ୍ୟମ କରାଯିବ। ତେବେ ସ୍ୱର୍ଗଦ୍ୱାରର ଅଧିକାଂଶ ଅଂଚଳ ଏବେ ଅବରୋଧ ହୋଇ ରହିଥିବାରୁ ଏହାକୁ ଉଛେଦ କରାଯାଇ ଏହାର ନବୀକରଣ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।                 

 ସ୍ୱର୍ଗଦ୍ୱାର ହିନ୍ଦୁମାନଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାରେ ଶବଦାହ ପାଇଁ ଲୋକ ଆସୁଥିବାରୁ ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.