ସମ୍ପୂର୍ଣ୍ଣ ନୂଆ ହେଡ୍ ଟର୍ଣ୍ଣିଂ, ସ୍ମାର୍ଟ ଓ ଆକର୍ଷଣ ସହ ଭାରତ ବଜାରକୁ ଆସୁଛି ରେନୋ କାଇଗରର ବି-ଏସୟୁଭି କାର

Published By : Prameya-News7 Bureau | November 18, 2020 IST

ଭୁବନେଶ୍ଵର ୧୮।୧୧: ରେନୋ କାଇଗର ସୋ କାରର ବିଶ୍ୱସ୍ତରୀୟ ଉନ୍ମୋଚନ ହୋଇଛି। ଯାହା ଉପରେ ରେନୋ କାଇଗର ନିର୍ମାଣ ହୋଇଛି ଓ ଏହାର ଡିଜାଇନରେ ପ୍ରାୟ ୮୦% ସମାନତା ରହିଛି।  ଏକ ସମ୍ପୂର୍ଣ୍ଣ-ନୂଆ ଗ୍ଲୋବାଲ୍ ଉତ୍ପାଦ ଯାହାକି ଭାରତରେ ପ୍ରଥମେ ଶୁଭାରମ୍ଭ ହେବାକୁ ଯାଉଛି। ପରେ ଅନ୍ୟ ବଜାରରେ ପ୍ରବେଶ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସ୍ପୋର୍ଟି, ମାସ୍କୁଲିନ୍ ଓ ଆଧୁନିକତାର ଭରି ରହିଥିବା  ରେନୋ କାଇଗର ଏସୟୁଭି ସେଗ୍‌ମେଂଟରେ କରେଂଟ ଡିଜାଇନ୍‌ ସହ ବଜାରକୁ ଆସିଛି। ଟ୍ରେଣ୍ଡରେ ଉର୍ଦ୍ଧ୍ୱରେ ରହିଛି ରେନୋ କାଇଗର ସୋ କାର। ପ୍ଲାଟଫର୍ମରେ ନୂତନ ଟେକ୍ ବୈଶିଷ୍ଟ୍ୟ ଆଣିଛି ଯାହା ଦ୍ୱାରା ଟ୍ରାଇବରକୁ ସଫଳତା ମିଳି ପାରିଛି । ଏଥିରେ ରହିଛି ପର୍ଯ୍ୟାପ୍ତ ସ୍ଥାନ, କ୍ୟାବିନ୍ ଷ୍ଟୋରେଜ୍ ଓ କାର୍ଗୋ ସ୍ପେସ୍ ।

{"id":363944,"sizeSlug":"large"}

ରେନୋ କାଇଗରରେ ରହିଛି ବ୍ରାଣ୍ଡ-ନ୍ୟୁ ଟର୍ବୋ ପେଟ୍ରୋଲ୍‌ ଇଞ୍ଜିନ, ଯାହାକି କାର୍ଯ୍ୟଦକ୍ଷତା ଓ ଇନ୍ଧନ ଉପଯୋଗିତତା ପ୍ରଦାନ କରିଥାଏ ।ଏହା ସଦ୍ୟତମ ନୂତନ ଉତ୍ପାଦ ଯାହାକି ରେନୋ ଦ୍ୱାରା ଭାରତରେ ଶୁଭାରମ୍ଭ କରାଯାଇଛି । ଡଷ୍ଟର, କ୍ୱିଡ୍ ଓ ଟ୍ରାଇବର ପରି କାଇଗର ଏହି ସେଗମେଂଟରେ ଡାଇନାମିକ୍ସରେ ଅନେକ ପରିବର୍ତନ ଆଣିବାକୁ ଯାଉଛି।

ରେନୋ ମଧ୍ୟ ରେନୋ କାଇଗର ସହିତ ଏକ ସମ୍ପୂର୍ଣ୍ଣ ନୂଆ ଗ୍ଲୋବାଲ ଇଞ୍ଜିନର ଶୁଭାରମ୍ଭ କରିବ। ଏହି ସୋ କାର ଯେଉଁଥିରେ ରେନୋର ନୂତନ ଏସୟୁଭିକୁ ଡିଜାଇନ୍ ଓ ବିକଶିତ କରାଯାଇଛି । ରେନୋ କାଇଗର ସୋ କାର ଫ୍ରାନ୍ସର କର୍ପୋରେଟ୍ ଡିଜାଇନ୍ ଓ ରେନୋ ଇଣ୍ଡିଆ ଡିଜାଇନ୍  ସହ ଚୁକ୍ତି କରିଛି। ରେନୋ କାର ପରି ରେନୋ କାଇଗର ସୋ କାରର ସ୍ୱତନ୍ତ୍ର, ଆକର୍ଷଣୀୟ ଡିଜାଇନ୍ ରହିଛି।

{"id":363945,"sizeSlug":"large"}

ରେନୋ କାଇଗର ସୋ କାର ବଡି କଲରରେ ରହିଛି ଆକର୍ଷଣୀୟ ନୀଳ ଓ ପର୍ପଲ୍ ହ୍ୟୁସ୍ ଯାହା ଆଙ୍ଗେଲ ଓ ଲାଇଟ୍ ଉପରେ ନିର୍ଭର କରେ । ଏହାର ଡିଜାଇନ୍ ଅତ୍ୟନ୍ତ ସୁନ୍ଦର ଓ କମ୍ପାକ୍ଟ ଅଟେ । ଏହାର ସୋ କାରକୁ ଏକ ସ୍ପୋର୍ଟି ରୂପ ପ୍ରଦାନ କରୁଛି ଏବଂ ଏଥିରେ ଆକର୍ଷଣୀୟ ଓ ପ୍ରଭାବୀ ଦୁଇଲେଭଲ୍ ଲାଇଟିଂ ରହିଛି ।

ରେନୋ କାଇଗର ଏହାର ଆକର୍ଷଣୀୟ ଷ୍ଟାଇଲିଂ ପାଇଁ ଜଣାଶୁଣା ଯାହାକି ରେନୋ କାଇଗର ସୋ କାର ସହିତ ବିଶ୍ୱ ସ୍ତରରେ ଶୁଭାରମ୍ଭ କରାଯାଇଛି । ଏହି କାର ହେଉଛି ସୋ କାର ଯେଉଁଥିରେ ରେନୋ କାଇଗର ନିର୍ମାଣ ହୋଇଛି ଓ ଏଥିରେ ଡିଜାଇନ୍ କ୍ଷେତ୍ରରେ ୮୦% ସମାନତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.