ସୌମେନ୍ଦ୍ରଙ୍କ ଶେଷ ଫୋନ କଲ୍‌: ବାପା ମୁଁ ଏଠି ରହିବି ନାହିଁ... ମୋତେ ଏମାନେ ମାରି ଦେବାକୁ ଧମକ ଦେଉଛନ୍ତି

Published By : Prameya-News7 Bureau | February 07, 2020 IST

ଆଠଗଡ଼୭/୨: ବାପା ମୁଁ ଏଠି ଆଉ ରହିବି ନାହିଁ। ଏ ଲୋକମାନେ ବହୁତ ଖରାପ। କାମ ପାଇଁ ଆସିଥିବା ରଡ଼ ସିମେଣ୍ଟକୁ ବିକ୍ରି କରି ଟଙ୍କା ହଡ଼ପ କରୁଛନ୍ତି। ସେମାନଙ୍କୁ ବିରୋଧ କଲେ ମୋତେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଦେଢ଼ ବର୍ଷ ହେଇଗଲା ଆଉ ମାତ୍ର ୧/୨ କାମ କରି ଏ କାମ ଛାଡ଼ି ଦେବି। ଶେଷଥର ସୌମେନ୍ଦ୍ର ଫୋନରେ ବାପାଙ୍କୁ ଏଭଳି କଥା କହିଥିଲେ।

{"id":221421,"sizeSlug":"large"}

ରେଙ୍ଗାଲି ସୁପରଭାଜର ସୌମେନ୍ଦ୍ରଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। କଷ୍ଟ୍ରକ୍ସନ ନାଁରେ ହେଉଥିଲା କୋଟି କୋଟି ଟଙ୍କାର ଦୁର୍ନୀତି। ମାତ୍ର ଏହି ଦୁର୍ନୀତିକୁ ବିରୋଧ କରିବାରୁ ସୌମେନ୍ଦ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କଷ୍ଟ୍ରକ୍ସନ ପାଇଁ ଆସିଥିବା ସିମେଣ୍ଟ ରଡ଼ ଓ ବାଲି ଆଦି ଜିନିଷକୁ ଅବାଧରେ ବିକ୍ରି କରି ଚାଲିଥିଲା ଅଭିଯୁକ୍ତ ବିଶ୍ବଜିତ। କଷ୍ଟ୍ରକ୍ସନ କାମରେ ଯେତିକି ପରିମାଣରେ ରଡ଼ ଓ ସିମେଣ୍ଟ ଆବଶ୍ୟକ। ସେହି ପରିମାଣରେ ସିମେଣ୍ଟ ଓ ରଡ଼ କାମରେ ଲଗାଯାଉ ନଥିଲା। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସୌମେନ୍ଦ୍ରଙ୍କ ବାପା ଆଉ ମାମୁଁ। ଅଭିଯୁକ୍ତକୁ ପାଶୀ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।

{"id":221410,"sizeSlug":"large"}

ସୌମେନ୍ଦ୍ରଙ୍କ ମାମୁଁଙ୍କ କହିବା ଅନୁସାରେ ଦୀର୍ଘଦିନଧରି ଅଭିଯୁକ୍ତ ବିଶ୍ବଜିତ ଓ ତାର ଅନ୍ୟ ସାଙ୍ଗମାନେ ମିଶି ସିମେଣ୍ଟ ଓ ରଡ଼ ବିକ୍ରି କରୁଥିଲେ। ଏହାକୁ ସୌମେନ୍ଦ୍ର ବିରୋଧ କରିଥିଲେ। ସୌମେନ୍ଦ୍ରଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ବହୁତ ଭଲ। ସେ କାହାର ଗୋଟିଏ ବି ଟଙ୍କା ନିଅ ନାହିଁ। ସେ ଦୁର୍ନୀତିକୁ ବିରୋଧ କରିବାରୁ ତାଙ୍କୁ ମିଳିମିଶି ହତ୍ୟା କରାଯାଇଛି।

{"id":221412,"width":587,"height":326,"sizeSlug":"large"}

ଅନ୍ୟପଟେ ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ କହିଛନ୍ତି ଯେ ଅଭିଯୁକ୍ତ ବିଶ୍ବଜିତ ଓ ମୃତ ସୌମେନ୍ଦ୍ର ଦୁଇଜଣ ସୁପରଭାଇଜର ଭାବେ ନବଜ୍ୟୋତି କଷ୍ଟ୍ରକ୍ସନରେ କାମ କରୁଥିଲେ। ମାଲିକଙ୍କ ୨୫୦ ବସ୍ତା ସିମେଣ୍ଟକୁ ଅଭିଯୁକ୍ତ ବିଶ୍ବଜିତ ବିକ୍ରି କରି ଦେଇଥିଲା। ଯାହାଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗତ ଫେବୃଆରୀ ୩ ତାରିଖ ରାତି ସାଢ଼େ ୧୨ଟା ବେଳେ ଅଭିଯୁକ୍ତ ବିଶ୍ବଜିତ ପକ୍କା କାନ୍ଥରେ ସୌମେନ୍ଦ୍ରଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲା। ପରେ ଗୋଟିଏ ଲୁହା ରଡ଼ରେ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା। ସୌମେନ୍ଦ୍ର ରହୁଥିବା ରୁମ୍‌ରେ ଦୁଇଜଣ ବରଂ ତିନିଜଣ ରହୁଥିଲେ। ଅନ୍ୟ ଜଣେ ରୁମ୍‌ରେ ନଥିବା ଅବସ୍ଥାରେ ବିଶ୍ବଜିତ ସୌମେନ୍ଦ୍ରଙ୍କୁ ହତ୍ୟା କରିଥିଲା। 

{"id":221413,"sizeSlug":"large"}

ଅଭିଯୁକ୍ତ ବିଶ୍ବଜିତ ହତ୍ୟା କରିବା ପରେ ସାହସର ସହ ଗୋଟିଏ ଜରି ଅଖା ସୌମେନ୍ଦ୍ରକୁ ନେଇ  ଆଠଗଡ ଥାନା  ଆଙ୍କୁଲା ନିକଟସ୍ଥ ଶାପୁଆ ନଇ ପଠାରେ ପୋତି  ଦେଇଥିଲା। ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଆଲୋକ କହିଛନ୍ତି। ଅନ୍ୟପଟେ ସୌମେନ୍ଦ୍ରଙ୍କ ହତ୍ୟାକୁ ନେଇ ପରିବାର ଓ ସଂପର୍କୀୟ ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.